ପାଣାଜୀ, ୧୬।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଗୋଆରେ ପହଞ୍ଚିଛନ୍ତି। ଏହି ସମୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏବଂ ଅନ୍ୟ ନେତାମାନେ ତାଙ୍କୁ ସ୍ବାଗତ କରିଛନ୍ତି। ଏହି ଗସ୍ତ ସମୟରେ ଅମିତ ଶାହା ଦଳ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଏକ ବୈଠକରେ କରିବେ। ଏଥିସହ ଗୋଆର ପାଣାଜୀଠାରୁ ୩୦ କିଲୋମିଟର ଦୂରରେ ଥିବା ଫାର୍ମାଗୁଡି ଟାଉନରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଅମିତ ଶାହାଙ୍କ ଏହି ଗସ୍ତ ୨୦୨୪ ଲୋକ ସଭା ନିର୍ବାଚନ ପ୍ରସ୍ତୁତି ବୋଲି ବିବେଚନା କରାଯାଉଛି।