Categories: ଜାତୀୟ

ମିଶନ ବଙ୍ଗାଲ ପାଇଁ ପାଗ ଭିଡିଛନ୍ତି ଶାହା

ନୂଆଦିଲ୍ଲୀ,୧୧ ।୨: ପଶ୍ଚିମବଙ୍ଗ ନିର୍ବାଚନ ଜିତିବା ଲାଗି ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ସମସ୍ତ ଶକ୍ତି ଲାଗାଇବାରେ ବ୍ୟସ୍ତ । ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ ସାରି ଫେରିବା ପରେ ଏବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ବାହାରିଛନ୍ତି । ଗୁରୁବାର ସେ ସେଠାରେ ପହଞ୍ଚି ଜନସମର୍ଥନ ଏକାଠି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଭାଜପା ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ଶାହା ପ୍ରଥମେ କୁଚବିହାର ଜିଲାର ରାସ ବେଲା ଗ୍ରାଉଣ୍ଡରେ ଭାଜପା ପରିବର୍ତ୍ତନ ଯାତ୍ରାର ଚତୁର୍ଥ ଭାଗର ଶୁଭାରମ୍ଭ କରିବେ ଓ ଏକ ଜନସଭାକୁ ଉଦବୋଧନ ଦେବେ । ଏହାପୂର୍ବରୁ ସେ ମଦନ ମୋହନ ମନ୍ଦିର ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାପରେ ୨୪ ପ୍ରଗଣା ଜିଲାର ଠାକୁରନଗରରେ ମତୁଆ ସମ୍ପ୍ରଦାୟର ଗଡରେ ଏକ ଜନସଭାରେ ଯୋଗ ଦେବେ । ସେଠାରେ ମତୁଆ ସମ୍ପ୍ରଦାୟର ଲୋକେ ଶରଣାର୍ଥି ଭାବେ ରହି ଆସୁଛନ୍ତି । ତେବେ ଶାହାଙ୍କା ଗୋଟିଏ ଦିନ ଗସ୍ତରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଭଗାଜପା ଆଡକୁ ଆକର୍ଷିର୍ତ କରିବେ ବୋଲି କୁହାଯାଉଛି ।

Share