Categories: ଜାତୀୟ

ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ପରିବର୍ତ୍ତନ ସମ୍ଭବ: ଶାହା

କୋଲକାତା,୫ ।୧୧: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ବାଙ୍କୁଡାରେ ଆୟୋଜିତ ଏକ ରାଲିରେ ସମ୍ବୋଧନ ଦେଇଛନ୍ତି । ସେଠାରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ପଶ୍ଚିମବଙ୍ଗରେ ପରିବର୍ତ୍ତନ ସମ୍ଭବ । ଏହାସହ ଏଥର ରାଜ୍ୟରେ ଭାରତୀୟ ଜନତ ପାର୍ଟି(ଭାଜପା) ହିଁ ସରକାର ଗଠନ କରିବ । ତ୍ରୁଣମୂଳ କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ଉପରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଲାଣି । ସେ କହିଛନ୍ତି ମମତା କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁବିଧାକୁ ରାଜ୍ୟବାସୀଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ଦେଉ ନାହାନ୍ତି । ଏହାର ପରିଣାମ ଭବିଷ୍ୟତରେ ତାଙ୍କୁ ଭୋଗିବାକୁ ପଡିବ । ସେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଡରିଯାଇ ଲାଗୁ କରୁ ନାହାନ୍ତି କାରଣ ଏଥିରେ ଭାଜପାକୁ ବଳ ମିଳିବ । ହେଲେ ଭାଜପା ଏଥିରେ ହାରିଯିବ ନାହିଁ । ରାଜ୍ୟବାସୀ ମମତା ସରକାରଙ୍କୁ ଉପାଡି ଫୋପାଡିବାକୁ ସ୍ଥିର କରି ସାରିଲେଣି । ସୂଚନାଯୋଗଜ୍ୟ, ପଶ୍ଚିମବଙ୍ଗରେ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖ୍‌ି ଶାହା ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଦଳର ସାଂଗଠନିକ କାର୍ଯ୍ୟ ବିଷୟରେ ଆଲୋଚନା କରିପାରନ୍ତି ।

Share