ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ ଦେଖାଯାଇଛି। ତେବେ ଆଜି ସୋନପୁରରୁ ପ୍ରଚାର ଆରମ୍ଭ କରିବେ ଶାହ। ସୋନପୁର ରାମେଶ୍ୱରମ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୫ରେ ବିଶାଳ ନିର୍ବାଚନୀ ସଭା କରିବେ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ନ ୩ଟା ୪୫ରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବାର କାର୍ଯ୍ୟକ୍ରମ ରହିଛି। ସୋନପୁର ସଭାରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ।
ଓଡିଶାରେ ଲଢେଇ ପାଇଁ ବିଗୁଲ ବଜାଇବେ ଶାହ। ସେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ ବୋଲି ଭାଜପା କର୍ମୀ କରିଛନ୍ତି। ସଭା ସାରି ହେଲିକପ୍ଟର ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ତଥା ତୁଙ୍ଗ ନେତାଙ୍କ ସହ ନିର୍ବାଚନକୁ ନେଇ ମାନସ ମନ୍ଥନ କରିବେ । ତେବେ ଆଜି ଭୁବନେଶ୍ୱରରେ ଶାହାଙ୍କ ରାତ୍ରି ରହଣୀ କାର୍ଯ୍ୟକ୍ରମ ରହିଛି ।