Categories: ଜାତୀୟ

ହରିୟାଣା ପାଇଁ ଅମିତ ଶାହ ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ,୧୩।୧୦: ହରିୟାଣା ଏବଂ ଜମ୍ମୁ-କାଶ୍ମୀର ପାଇଁ ଭାଜପା ରବିବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହରିୟାଣାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ଜମ୍ମୁ-କାଶ୍ମୀର ପାଇଁ ପ୍ରହଲ୍ଲାଦ ଯୋଶୀ ଏବଂ ତରୁଣ ଚୁଘଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷେ ଉଭୟ ରାଜ୍ୟରେ ବିଧାୟକ ଦଳ ନେତା ବାଛିବେ ପର୍ଯ୍ୟବେକ୍ଷକ।

Share