Posted inଜାତୀୟ

ରାଜ୍ୟ ସଭାରେ ସୋମବାର ଅମିତ ଶାହା ଉପସ୍ଥାପନ କରିବେ ଦିଲ୍ଲୀ ସେବା ବିଲ, ଲୋକ ସଭାରେ ମିଳି ସାରିଛି ମଞ୍ଜୁରୀ

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଅର୍ଥାତ୍‌ ଅଗଷ୍ଟ ୭ ସୋମବାର ରାଜ୍ୟ ସଭାରେ ‘ଦିଲ୍ଲୀର ସରକାରୀ ସଂଶୋଧନ ବିଲ, ୨୦୨୩’ ଉପସ୍ଥାପନ କରିବେ। ଏହାପୂର୍ବରୁ ଅଗଷ୍ଟ ୩ରେ, ରାଜଧାନୀ ଦିଲ୍ଲୀର ଅଧିକାରୀ ନିଯୁକ୍ତି ଏବଂ ସ୍ଥାନାନ୍ତରଣରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିଷ୍ପତ୍ତିକୁ ବିଚାର କରି ଦିଲ୍ଲୀ ସରକାରୀ ସଂଶୋଧନ ବିଲର ଜାତୀୟ ରାଜଧାନୀ ଟେରିଟୋରୀ ଲୋକ ସଭାରେ ପାରିତ ହୋଇଥିଲା। ଏହି ବିଲ ଉପରେ ସାଢେ ଚାରି ଘଣ୍ଟିଆ ଆଲୋଚନା ଉପରେ ପ୍ରତିକ୍ରିୟା ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ବିରୋଧୀଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି।
ସେ କହିଛନ୍ତି ଯେ ବିରୋଧୀ ଦେଶର ସ୍ବାର୍ଥ, ଦିଲ୍ଲୀର ସ୍ବାର୍ଥକୁ ନେଇ ଚିନ୍ତିତ ନୁହଁନ୍ତି, ବରଂ ମିଳିତ ମଞ୍ଚକୁ ବଞ୍ଚାଇବାକୁ ଚିନ୍ତା କରୁଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ ବିରୋଧୀ ଆଜି ମଣିପୁର ହିଂସାକୁ କାହିଁକି ମନେ ପକାଉ ନାହାନ୍ତି। କାହିଁକି ବିରୋଧୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଗୃହକୁ ଡାକିବାକୁ ଦାବି କରୁନାହାଁନ୍ତି। ଏହାପୂର୍ବରୁ, ଯେତେବେଳେ ୯ଟି ବିଲ ପାରିତ ହେଲା, ବିରୋଧୀ କାହିଁକି ଆଲୋଚନାରେ ଅଂଶଗ୍ରହଣ କଲେ ନାହିଁ ବୋଲି ଶାହା ପ୍ରଶ୍ନ କରିଛନ୍ତି। ତେବେ ଲୋକ ସଭାରେ ପାସ ହୋଇଥିବା ଏହି ବିଲ ରାଜ୍ୟ ସଭାରେ ବି ପାସ ହୋଇପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଆବାସ ଖୁବଶୀଘ୍ର ଛାଡିବେ କେଜ୍‌ରିଓ୍ବାଲ, ଏବେ ନୂଆ ଘର ସନ୍ଧାନରେ, ଜାଣନ୍ତୁ କେଉଁଠି ରହିବେ ପୂର୍ବତନ ସିଏମ

ନୂଆଦିଲ୍ଲୀ,୨୮।୯: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍‌ରିିୱାଲ ସିଏମ ପଦରୁ ଇସ୍ତଫା ଦେବା ପରେ ଆତିଶୀ ବର୍ତ୍ତମାନ ଜାତୀୟ ରାଜଧାନୀର ନୂତନ ସିଏମ।...

ବୁଝିଗଲେଣି ମୁଇଜୁ, ଭାରତ ବିନା ଚଳି ପାରିବନି ମାଲଦ୍ୱୀପ

ନୂଆଦିଲ୍ଲୀ/ମାଲେ,୨୮।୯: ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ଅନୁତାପ କରୁଥିବା ଜଣାପଡିଛି। ଏଥିରୁ ଜଣାପଡିଛି ଯେ ସେ ମଧ୍ୟ ବୁଝିଛନ୍ତି ଯେ ତାଙ୍କ ଦେଶ ଭାରତ...

ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ହରିୟାଣାରେ ବଡ଼ ଗେମ୍‌ ଖେଳିଲେ ରାହୁଲ, ବଢିଲା ଭାଜପାର ଚିନ୍ତା

ନୂଆଦିଲ୍ଲୀ,୨୮।୯: ହରିୟାଣା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ମତା ସେତେ ବୃ୍‌ଦ୍ଧି ପାଉଛି। ରାଜନୈତିକ ଦଳ ଜୋରଦାର ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏଭଳି...

ପାକିସ୍ତାନକୁ ମୁହେଁ ମୁହେଁ ଶୁଣାଇଦେଲା ଭାରତ: ପାକିସ୍ତାନ ଆତଙ୍କବାଦର ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ,୨୮।୯: ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। UNGAରେ ରାଇଟ ଟୁ ରିପ୍ଲାଏ...

କୁଲଗାମ ଏନକାଉଣ୍ଟର: ୪ ଯବାନ ଆହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର କୁଲଗାମର ଆଡିଗାମ ଦେବସର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଏନକାଉଣ୍ଟରରେ ତିନି ସେନା ଯବାନ...

ନିର୍ମଳା ସୀତାରମଣଙ୍କ ବିରୋଧରେ ମାମଲା: କୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮।୯: ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ...

ଏମାନଙ୍କ ଆକାଉଣ୍ଟକୁ ଆସିବ ନାହିଁ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରାଇ ନିଅନ୍ତୁ ଏହି ୨ କାମ

ନୂଆଦିଲ୍ଳୀ,୨୮।୯: ଭାରତ ସରକାର ଦେଶର କୃଷକମାନଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି। ଏହି ଯୋଜନାଗୁଡିକରୁ କୃଷକମାନେ ସିଧାସଳଖ ଉପକୃତ ହୁଅନ୍ତି। ଆଜି ବି ଭାରତରେ ଅନେକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri