Categories: ଜାତୀୟ

ଗର୍ଭବତୀଙ୍କ ପାଇଁ ‘ଲଡୁ ବିତରଣ ଯୋଜନ’: ପ୍ରତିମାସରେ ମିଳିବ ୧୫ ଲଡୁ

ଗାନ୍ଧିନଗର,୩୧ ।୮: ଗୁଜରାଟ ଗସ୍ତରେ ଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ତାଙ୍କର ନିର୍ବାଚନ ମଣ୍ଡଳୀ ଗାନ୍ଧିନଗରରେ ଗର୍ଭବତୀଙ୍କ ପାଇଁ ପୌଷ୍ଟିକ ‘ଲଡୁ ବିତରଣ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶାହା କହିଛନ୍ତି କୌଣସି ଦେଶ ଏପର୍ଯ୍ୟନ୍ତ ଅଗ୍ରଗତି କରିନାହିଁ ଯେ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନାହାନ୍ତି । ଗୁଜରାଟ ଗାନ୍ଧିନଗର ଏମ୍‌ପି ଭାବେ ଶାହା ଏହି ନିଷ୍ପତ୍ତି ନେଇଛନ୍ତି କି ସେଠାରେ ସମସ୍ତ ଗର୍ଭବତୀ ଓ ଶିଶୁ ସୁସ୍ଥ ରହିବେ । ଚଳିତ ମାସରୁ ସବୁ ମାସରେ ସ୍ୱୟଂ ସେବକ ସଙ୍ଗଠନ ମାଧ୍ୟମରେ ଗାନ୍ଧିନଗରର ୭ ହଜାରରୁ ଅଧିକ ଗର୍ଭବତୀଙ୍କୁ ୧୫ ପୌଷ୍ଟିକ ଲଡୁ ଦିଆଯିବ । କାରଣ ଶିଶୁ ଜନ୍ମ ପର୍ଯ୍ୟନ୍ତ ସେମାନଙ୍କୁ ଉଚିତ ପୋଷଣ ମିଳିପାରିବ । ଶାହା କହିଛନ୍ତି ଏହି ଯୋଜନା ଗର୍ଭବତୀ ମା’ ଓ ସେମାନଙ୍କ ଶିଶୁ ପାଇଁ ଲାଭଦାୟକ ହେବ । ‘ସହି ପୋଷଣ ଦେଶ ରୋଶନ’ ବା ଉଚିତ ପୋଷଣ ଦେଶକୁ ଆଲୋକିତ କରିବା ସ୍ଲୋଗାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଧାରିତ ଲକ୍ଷ୍ୟ ଦେଶର କୌଣସି ଶିଶୁ ଯେମିତି କୁପୋଷଣର ଶିକାର ନ ହୁଅନ୍ତି ତାହା ଯଥାର୍ଥ ହେବ । ଦେଶ ସ୍ୱାଧିନତାର ୭୫ତମ ବର୍ଷରେ ପାଦ ରଖିଛି । ମୋଦିଙ୍କ ଏହି ଅଭିଯାନ ଆଜି ଏକ ନୂଆ ଆନ୍ଦୋଳନ ପାଲଟି ଯାଇଛି ବୋଲି ଶାହା କହିଛନ୍ତି ।

 

Share