Categories: ବାଣିଜ୍ୟ

୨୦୨୮ରୁ ଡାଲି ଆମଦାନୀ କରିବ ନାହିଁ ଭାରତ, ଓ୍ବେବ ପୋର୍ଟାଲ ଜରିଆରେ କୃଷକଙ୍କଠାରୁ ସିଧାସଳଖ କ୍ରୟ କରାଯିବ

ନୂଆଦିଲ୍ଲୀ,୪।୧: ଡିସେମ୍ବର ୨୦୨ ସୁଦ୍ଧା ଡାଲି ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଏକ ବଡ଼ ଯୋଜନା ଆରମ୍ଭ କରିଛନ୍ତି ଯାହା ଦ୍ୱାରା ଦେଶର କୃଷକମାନେ ଅଧିକ ହରଡ଼ ଡାଲି ଚାଷ କରିପାରିବେ। ସରକାରୀ ଏଜେନ୍ସିଗୁଡିକ ଏନ୍‌ଏଏଫ୍‌ଇଡି ଏବଂ ଏନ୍‌ସିସିଏପ୍‌ ଏକ ୱେବ ପୋର୍ଟାଲ ଲଞ୍ଚ୍‌ କରିଛନ୍ତି। ଯେଉଁଥିରେ ହରଡ଼ ଡାଲି ଉତ୍ପାଦନ କରୁଥିବା କୃଷକମାନେ ସର୍ବନିମ୍ନ ସହାୟତା ମୂଲ୍ୟରେ ଅନ୍‌ଲାଇନ୍‌ରେ ପଞ୍ଜୀକୃତ କରି ବିକ୍ରି କରିପାରିବେ। ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଟଙ୍କା ସିଧାସଳଖ ଡିବିଟି ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ ।

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ୱେବ ପୋର୍ଟାଲ ଲଞ୍ଚ୍‌ କରିଛନ୍ତି। ଶାହା କହିଛନ୍ତି, ଚଣା ଡାଲି ଏବଂ ମୁଗ ଡାଲି ବ୍ୟତୀତ ଉତ୍ପାଦନରେ ଭାରତ ଆତ୍ମନିର୍ଭରଶୀଳ ନୁହେଁ। ଅବଶିଷ୍ଟ ଡାଲି ପାଇଁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ। ସେ କହିଛନ୍ତି, ଡାଲି ଆମଦାନୀ କରିବା ଭାରତ ପାଇଁ ଆଦୌ ସମ୍ମାନଜନକ ନୁହେଁ। ଶାହା କହିଛନ୍ତି, ଡିସେମ୍ବର ୨୦୨୭ପୂର୍ବରୁ ଭାରତ ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ ଏବଂ ଜାନୁଆରୀ ୨୦୨୮ରୁ ଭାରତ ଗୋଟିଏ କିଲୋଗ୍ରାମ ଡାଲି ମଧ୍ୟ ଆମଦାନୀ କରିବ ନାହିଁ।

Share