Categories: ଜାତୀୟ

ଯୁବକମାନଙ୍କୁ ବିଶେଷ ନିବେଦନ କଲେ ଅମିତ ଶାହା

ଅହମ୍ମଦାବାଦ୍‌,୧୩।୮: ଗୁଜରାଟରେ ଏକ ସାଧାରଣ ସଭକୁ ସମ୍ବୋଧିତ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୁବକମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି। ସେ କହିଛନ୍ତି,କେବଳ ପାକିସ୍ତାନ ନୁହେଁ, ସମସ୍ତ ଦେଶ ମିଳିତ ଭାବେ ଭାରତ ଉପରେ ଆକ୍ରମଣ କଲେ ମଧ୍ୟ ସେମାନେ ସଫଳ ହେବେ ନାହିଁ। ଏଭଳି ସୁରକ୍ଷା ଯୋଗାଇବା ଯୁବକଙ୍କ ଦାୟିତ୍ୱ ଅଟେ।
ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଶାହା ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ଗାନ୍ଧିନଗରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଥିଲେ। ୮୫ କୋଟିରୁ ଅଧିକ ବିକାଶମୂଳକ କାର୍ଯ୍ୟ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ଶାହା ସମସ୍ତ ଲୋକଙ୍କୁ ନିଜ ଘରେ ତ୍ରିରଙ୍ଗା ଲଗାଇବାକୁ ଅନୁରୋଧ କରିଥିଲେ।

Share