Categories: ଜାତୀୟ

ଶାହାଙ୍କ ବାଲାଘାଟ ଗସ୍ତ ବାତିଲ, ମୁଖ୍ୟମନ୍ତ୍ରୀ ଶିବରାଜ କହିଲେ ଏହାର କାରଣ

ଭୋପାଳ,୨୨।୬: ମଧ୍ୟପ୍ରଦେଶର ବାଲାଘାଟରେ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈହାନ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜଙ୍କ କହିବାନୁସାରେ, ଖରାପ ପାଗ ଯୋଗୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଛି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କହିଛନ୍ତି,ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅମିତ ଶାହା ଆଜି ଛତିଶଗଡରେ ପହଞ୍ଚିଛନ୍ତି, ଯେଉଁଠାରୁ ତାଙ୍କୁ ମଧ୍ୟପ୍ରଦେଶର ବାଲାଘାଟକୁ ଯିବାକୁ ଥିଲା।

Share