Categories: ଜାତୀୟ

ଶାହାଙ୍କ ନୂଆ ରେକର୍ଡ଼; ସଂସଦର ୫୮ ବର୍ଷର ଇତିହାସରେ ଦେଲେ ସବୁଠାରୁ ଲମ୍ବା ଭାଷଣ

ନୂଆଦିଲ୍ଲୀ, ୧୦। ୮: ସଂସଦରେ ମୋଦି ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଉପରେ ଦୁଇ ଦିନ ଧରି ଚର୍ଚ୍ଚା ହେଉଛି। ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି। ପ୍ରସ୍ତାବ ଆଲୋଚନାର ଜବାବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ସେ ସଂସଦରେ ୨ ଘଣ୍ଟା ୧୩ ମିନିଟ୍ ଧରି ଭାଷଣ ଦେଇ ସବୁଠାରୁ ଲମ୍ବା ଭାଷଣର ୫୮ ବର୍ଷର ପୁରୁଣା ରେକର୍ଡ଼ ଭାଙ୍ଗିଛନ୍ତି। ନିଜର ଭାଷଣରେ ଶାହା କେନ୍ଦ୍ର ସରକାରଙ୍କ ଉପଲବ୍ଧି ବିଷୟରେ କହିଛନ୍ତି। ଏଥିସହ ସେ ବିରୋଧୀଙ୍କ ଆଲୋଚନା ଏବଂ ମଣିପୁରରେ ଚାଲୁଥିବା ହିଂସା ବିଷୟରେ ଜବାବ ଦେଇଛନ୍ତି।

Share