୨ ଦିନିଆ ଓଡ଼ିଶା ଗସ୍ତରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର,୫।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶୁକ୍ରବାର ରାତିରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଢଙ୍ଗୀ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସ୍ବଗତ କରିଥିଲେ। ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ ଏକ ତାରକା ହୋଟେଲରେ ରାତ୍ରିଯାପନ କରିଥିଲେ।

ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ମଞ୍ଚରେ ଏକାଠି ହେବେ ଶାହ-ନବୀନ। ଏହାସହ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏହାପରେ ଦଳୀୟ କାର୍ଯ୍ୟାଳୟରେ ନୂଆ ପଦାଧିକାରୀ, କୋର ଟିମ୍‌ ସଦସ୍ୟମାନଙ୍କ ସହ ଆଲୋଚନା କରିବାରା କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷେ ମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରୁଟ୍‌ ଲାଇନ୍‌, କାର୍‌କେଡ୍‌, ଟ୍ରାଫିକ ଓ ପାର୍କିଂ ପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ଏହାସହ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୭ଜଣ ଅତିରିକ୍ତ ଡିସିପି,୧୧ଜଣ ଏସ୍‌ପି,୧୪ଜଣ ଇନ୍ସପେକ୍ଟର, ୭୬ ଅଫିସର୍‌, ୧୧୭ ଏପିଆର୍‌, ୧୨୦ ହୋମ୍‌ଗାର୍ଡ ଓ କନ୍‌ଷ୍ଟେବଳ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଜାମକୁ ନେଇ ବୁଧବାର ସନ୍ଧ୍ୟାରେ ଭାଜପା ଓ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦଳର...

ଧନୁଯାତ୍ରାରେ ରଙ୍ଗସଭା: କଂସଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା

ମଥୁରାନଗରୀ,୮ା୧(ପ୍ରେମାନନ୍ଦ ଖମାରୀ): ବୃ଼ହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ରାଜ ଦରବାରରେ ଅନୁଷ୍ଠିତ କଂସଙ୍କ ଜନତା ଦରବାର (ରଙ୍ଗସଭା) ବେଶ ଚିତ୍ତାକର୍ଷକ ଥିଲା।...

ନାବାଳିକାଙ୍କୁ ଭାତ-ମାଂସ ଖାଇବାର ଲୋଭ ଦେଖାଇ କରିଥିଲେ ବଳାତ୍କାର, ଏବେ ଭୋଗିବେ ଆଜୀବନ କାରାଦଣ୍ଡ

ବାରିପଦା,୮ା୧(ନୀଳାଦ୍ରି ଦଣ୍ଡପାଟ): ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ...

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀ କରିବେ ଉଦ୍‌ଘାଟନ

ଭୁବନେଶ୍ୱର,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଶାଖାପାଟଣାରେ ଏନ୍‌ଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ...

ସରକାର ନେଲେ ବଡ଼ ନିଷ୍ପତ୍ତି: ଓଡ଼ିଶାର ଏହି ସମସ୍ତ ସ୍ଥାନରୁ କୁମ୍ଭ ମେଳାକୁ ଯିବ ବସ୍

ଭୁବନେଶ୍ୱର,୮ା୧: କୁମ୍ଭମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍ ଚଲାଇବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ...

ମାଓବାଦୀ କ୍ୟାମ୍ପ୍‌ ସହ ଆଇଇଡି ଠାବ

ବାଲିଗୁଡ଼ା,୮ା୧: କୁମ୍ବିଂବେଳେ ମାଓବାଦୀ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ହରିଶ ବି.ସି ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଗୋପପୁରରେ ସରିଲା ବସ୍ତ୍ରହରଣ ଦୃଶ୍ୟାଭିନୟ

ଗୋପପୁର,୮।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ଷଷ୍ଠ ଦିବସରେ ଗୋପପୁର ଦୃଶ୍ୟାଭିନୟ ବେଶ ହୃଦୟସ୍ପର୍ଶୀ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବା...

ଆତ୍ମରକ୍ଷା କୌଶଳ ଜାଣିଲେ ଛାତ୍ରୀ

ବ୍ରାହ୍ମଣୀଗାଁ,୮ା୧(ମନୋରଞ୍ଜନ ରଣା) : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ଥିବା ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବରାଜ ବଳିଆରସିଂଙ୍କ ଅଧ୍ୟକ୍ଷତାରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri