ବେଙ୍ଗାଲୁରୁ,୨୪।୪: ବିଧାନସଭା ନିର୍ବାଚନ ପାଇଁ କର୍ନାଟକରେ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହି ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର କର୍ନାଟକ ମୈଶୁରର ଶ୍ରୀ ଚାମୁଣ୍ଡେଶ୍ୱରୀ ଦେବୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏହା ପରେ ଅମିତ ଶାହା ଚାମରାଜନଗର ଜିଲାର ଗୁଣ୍ଡଲୁପେଟରେ ଏକ ରୋଡ ଶୋ’ କରିଥିଲେ। ରବିବାରରୁ ଶାହା ୩ ଦିନିଆ କର୍ନାଟକ ଗସ୍ତରେ ଆସିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ମେ’୧୦ରେ କର୍ନାଟକ ନିର୍ବାଚନ ଅନୁଷ୍ଠିତ ହେବ ।