Posted inଜାତୀୟ

ଭବିଷ୍ୟବାଣୀ କଲେ ଅମିତ ଶାହା: ୨୦୨୬ ମାର୍ଚ୍ଚ ସୁଦ୍ଧା …

ନୂଆଦିଲ୍ଲୀ,୭ା୧୦:୨୦୨୬ ମାର୍ଚ୍ଚ ସୁଦ୍ଧା ଭାରତରୁ ମାଓବାଦୀ ସମ୍ପୂର୍ଣ୍ଣ ମୂଳପୋଛ ହେବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସୋମବାର କହିଛନ୍ତି। ମାଓବାଦୀ ପ୍ରଭାବିତ ୮ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସୁରକ୍ଷା ଏବଂ ବିକାଶ ସମ୍ପର୍କିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶାହା କହିଛନ୍ତି, ବାମପନ୍ଥୀ ଉଗ୍ରବାଦୀ (ଏଲ୍‌ଡବ୍ଲ୍ୟୁଇ)ମାନଙ୍କ ବିରୋଧରେ ଲଢ଼େଇ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀମାନଙ୍କୁ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ବିକାଶର ସୁବିଧା ମାଓବାଦୀ ପ୍ରଭାବିତ ଅଞ୍ଚଳଗୁଡ଼ିକର ଶେଷ ବ୍ୟକ୍ତି ପାଖରେ ପହଞ୍ଚାଇବାକୁ ହେଲେ ଉକ୍ତ ଉଗ୍ରପନ୍ଥୀ ପରିଚାଳିତ ହିଂସାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେବ।
ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରେ ଆଇନର ଶାସନ ପ୍ରତିଷ୍ଠା କରିବାକୁ ହେଲେ ଏଲ୍‌ଡବ୍ଲ୍ୟୁଇ ବିରୋଧରେ ଲଢ଼େଇ ଜରୁରୀ। ଗତ ୩୦ ବର୍ଷ ମଧ୍ୟରେ ମାଓବାଦୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁସଂଖ୍ୟା ପ୍ରଥମ ଥର ପାଇଁ ୧୦୦ରୁ କମ୍‌ ହୋଇଥିବା ଶାହା କହିଛନ୍ତି। ବାମପନ୍ଥୀ ଉଗ୍ରବାଦୀ କ୍ୟାଡର ସାମର୍ଥ୍ୟର ୮୫ ପ୍ରତିଶତ କେବଳ ଛତିଶଗଡ଼ ମଧ୍ୟରେ ସୀମିତ ରହିଛନ୍ତି। ସେଠାରେ ଚଳିତ ବର୍ଷ ଜାନୁଆରୀରୁ ଇତିମଧ୍ୟରେ ୧୯୪ ମାଓବାଦୀ ନିହତ ହେଲେଣି। ୮୦୧ ମାଓବାଦୀ ଅସ୍ତ୍ର ତ୍ୟାଗ କରିଥିବାବେଳେ ୭୪୨ ଜଣ ଆତ୍ମସମର୍ପଣ କରିଛନ୍ତି। ଏଥିପାଇଁ ଶାହା ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପୋଲିସ ଡିଜିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମାଓବାଦୀମାନେ ଅସ୍ତ୍ର ତ୍ୟାଗକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସରକାରୀ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଏକ ମିଳିତ ଅଭିଯାନ ଖୁବ୍‌ଶୀଘ୍ର ଆରମ୍ଭ ହେବ। ମାଓବାଦୀ ପ୍ରଭାବିତ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ସମ୍ପର୍କିତ ବ୍ୟୟକୁ ୩ ଗୁଣା ବୃଦ୍ଧି କରାଯାଇଥିବା ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖିଆ ହିସାବରେ ୨୩ ବର୍ଷ ପୂରଣ କରିବା ପରେ ମନର କଥା ଖୋଲି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାର୍ବଜନିକ ପଦବୀରେ ୨୩ ବର୍ଷ ପୂରଣ କରିଛନ୍ତି। ୨୦୦୧ରେ ଏହି ଦିନ ସେ ପ୍ରଥମ ଥର ପାଇଁ ଗୁଜରାଟର...

ଏନ୍‌ଇଇଟି ୟୁଜି: ପ୍ରଘଟ ପ୍ରଶ୍ନପତ୍ର ପାଇବାକୁ ୧୪୪ ଆଶାୟୀ ଦେଇଥିଲେ ଟଙ୍କା: ସିବିଆଇ

ନୂଆଦିଲ୍ଲୀ,୭ା୧୦: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ଏନ୍‌ଇଇଟି-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାର ତଦନ୍ତ କରୁଥିବା ସିବିଆଇ ୧୪୪ ଜଣ ଛାତ୍ରୀଛାତ୍ରଙ୍କୁ...

ମାଳଦ୍ୱୀପ ପାଇଁ ଭଣ୍ଡାର ଖୋଲିଦେଲେ ଭାରତ ସରକାର: ଏତିକି କୋଟି ଟଙ୍କା ସହାୟତା ଘୋଷଣା

ନୂଆଦିଲ୍ଲୀ,୭।୧୦: ଭାରତ ଗସ୍ତର ଦ୍ୱିତୀୟ ଦିନରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ଠାରେ ବିଭିନ୍ନ ପ୍ରସଙ୍ଗକୁ ନେଇ...

୬ ବର୍ଷର ବାଳିକାଙ୍କୁ ବଳାତ୍କାର କଲେ ୨୧ ବର୍ଷର ଯୁବକ: ଧରିଲା ପୋଲିସ

ଡିଣ୍ଡୋରି,୭ା୧୦:ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲାରେ ୬ ବର୍ଷର ବାଳିକାଙ୍କୁ ବଳାତ୍କାର କରାଯାଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୨୧ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ...

ଶେଷରେ ମୋଦିଙ୍କ ଆଗରେ ମୁଣ୍ଡ ନୁଆଁଇଲେ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ,୭।୧୦: ଆଜିକାଲି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଅଛନ୍ତି। ସୋମବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ...

ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ଚାର୍ଜସିଟ୍‌ ଦାଖଲ ଗଲା ସିବିଆଇ

କୋଲକାତା,୭।୧୦: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର.ଜି କର ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରାୟଙ୍କୁ ମୁଖ୍ୟ ଅଭିଯୁକ୍ତ...

‘ଡେଲିଭରୀ ବଏ’ ସାଜିଲେ ଜୋମାଟୋ ସିଇଓ: ଅର୍ଡର ଡେଲିଭରୀ ପରେ ବଖାଣିଲେ ଦୁଃଖ

ନୂଆଦିଲ୍ଲୀ,୭।୧୦: ଜୋମାଟୋ ସିଇଓ ଦୀପିନ୍ଦର ଗୋୟାଲ ନିକଟରେ ତାଙ୍କ ସ୍ତ୍ରୀ ଗ୍ରେସିଆ ମୁନୋଜଙ୍କ ସହ ଗୋଟିଏ ଦିନ ଫୁଡ୍‌ ଡେଲିଭରୀ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥିଲେ।...

ଦଳିତ ପରିବାରରେ ସମୟ ବିତାଇଲେ ରାହୁଲ ଗାନ୍ଧୀ: ଶିଖିଲେ ରୋଷେଇ

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ଏମ୍‌ପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ସୋମବାର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଅଜୟ ତୁକାରାମ ସନାଡେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri