Advertisement

ସୁପ୍ରିମକୋର୍ଟରୁ କେଜ୍‌ରିଓ୍ବାଲଙ୍କୁ ରୁଟିନ୍‌ ଜଜ୍‌ମେଣ୍ଟ ନୁହେଁ, ସ୍ପେଶାଲ ଟ୍ରିଟ୍‌ମେଣ୍ଟ ମିଳିଛି: ଶାହା

ନୂଆଦିଲ୍ଲୀ,୧୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବଡ଼ ବୟାନ ଦେଇଛନ୍ତି। ଏଏନ୍‌ଆଇ ସହ ସ୍ବତନ୍ତ୍ର ସାକ୍ଷାତକାରରେ ଶାହା କହିଛନ୍ତି ଯେ ଜାମିନକୁ ନେଇ ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତି ଏକ ସାମାନ୍ୟ ଏବଂ ନିୟମିତ ଆଦେଶ ନୁହେଁ। କୋର୍ଟରୁ କେଜ୍‌ରିଓ୍ବାଲଙ୍କୁ ‘ସ୍ପେଶାଲ ଟ୍ରିଟ୍‌ମେଣ୍ଟ’ ମିଳିଛି, ଏହା ଦେଶର ଅନେକ ଲୋକ ଭାବୁଛନ୍ତି।

କେଜରିଓ୍ବାଲ ଜାମିନରେ ମୁକୁଳିବା ପରେ ‘ଇଣ୍ଡିଆ’ ମେଣ୍ଟ ମଜଭୂତ ହେବା ପ୍ରଶ୍ନରେ ଶାହା କହିଛନ୍ତି, ଏବେ ସେ ଏକ ନୂଆ ମାମଲା(ସ୍ବାତୀ ମାଲିବାଲ)ରେ ଫସିଛନ୍ତି। ତାଙ୍କୁ ଟିକିଏ ବିରତି ନେବାକୁ ଦିଅ। ଯଦି କେହି ପୋଲିସରେ ଅଭିଯୋଗ କରେ ତେବେ ତଦନ୍ତ ହେବ। ଏବେ ସେ ଗୋଟିଏ ମାମଲାରୁ ନିଜକୁ ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି।

ଏହାଛଡ଼ା କେଜ୍‌ରିଓ୍ବାଲଙ୍କ ଝାଡ଼ୁକୁ ଭୋଟ୍‌ ମିଳିଲେ ଜେଲ ଯିବାକୁ ପଡ଼ିବ ନାହିଁ ବୟାନକୁ ନେଇ ଶାହା କହିଛନ୍ତି, ଏଭଳି କହିବା ସ୍ପଷ୍ଟ ଭାବେ ସୁପ୍ରିମକୋର୍ଟଙ୍କ ଅବମାନନା। ତାଙ୍କ କହିବା ଅର୍ଥ ଯିଏ ବିଜେତା ହୁଏ ତାକୁ ଜେଲ୍‌ ଯିବାକୁ ପଡେନାହିଁ। କୋର୍ଟର ଯେଉଁ ବିଚାରପତି ତାଙ୍କୁ ଜାମିନ ଦେଇଛନ୍ତି, ସେମାନଙ୍କ ନିଷ୍ପତ୍ତିର ସଦୁପଯୋଗ ହୋଇଛି ନା ଦୂରୁପଯୋଗ ତାହା ଭାବିବା ଉଚିତ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: National