Categories: ଜାତୀୟ

ଅମିତ ଶାହା ସ୍ତ୍ରୀଙ୍କ ସହ ଉତ୍ତୋଳନ କଲେ ତ୍ରିରଙ୍ଗା…

ନୂଆଦିଲ୍ଲୀ, ୧୩।୮ : ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅନ୍ତର୍ଗତ ଦେଶବ୍ୟାପୀ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଶନିବାରଠାରୁ ଆରମ୍ଭ ହୋଇଛି। ଏହା ଅନ୍ତର୍ଗତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ସ୍ତ୍ରୀ ସୋନାଲ ଶାହାଙ୍କ ସହ ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହା ସହିତ ଆନୁଷ୍ଠାନିକ ଭାବେ ଏହି ଅଭିଯାନ ଆରମ୍ଭ ହୋଇଥିଲା।

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ତାଙ୍କ ସ୍ତ୍ରୀ ମଲ୍ଲିକା ନଡ୍ଡା ମଧ୍ୟ ସେମାନଙ୍କ ଦିଲ୍ଲୀ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି ଅବସରରେ ନାଡା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ସ୍ବାଧୀନତାର ଅମୃତ ମହୋତ୍ସବରେ ଦେଶରେ ପ୍ରତି ଘରେ ତ୍ରିରଙ୍ଗା ଛତ୍ତୋଳନ କରାଯାଉଛି। ଏହି ଅଭିଯାନକୁ ସଫଳ କରିବାକୁ ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି।

ଏହି ଐତିହାସିକ ସମୟ ଅବସରରେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଏହି ଅଭିଯାନରେ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉଡାଇବାକୁ ଆହ୍ବାନ ଦେଇଛନ୍ତି। ଏହି ଅଭିଯାନରେ ୨୦ କୋଟି ଘରେ ତ୍ରିରଙ୍ଗା ଉଡାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି ଅଭିଯାନ ଅବସରରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ରାଜଘାଟରେ ପତାକା ଉତ୍ତୋଳନ କରିଥିଲେ। ସେ କହିଛନ୍ତି ଯେ ଆସନ୍ତୁ ଆମେ ଭାରତକୁ ଦ୍ରୁତ ଗତିରେ ଆଗକୁ ନେବା ଏବଂ ଆସନ୍ତା ୨୫ ବର୍ଷ ମଧ୍ୟରେ ଏହି ଦେଶକୁ ଏକ ବିକଶିତ ତଥା ସମୃଦ୍ଧ ଦେଶ କରିବା ପାଇଁ ଏକ ପ୍ରତିଶ୍ରୁତି ଗ୍ରହଣ କରିବା।

Share