Categories: ଜାତୀୟ

ପୁଣିଥରେ ଏମ୍ସରେ ଭର୍ତ୍ତି ହେଲେ ଅମିତ ଶାହା

ନୂଆଦିଲ୍ଲୀ,୧୩ ।୯: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣିଥରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି । ହଠାତ୍ ଅସୁସ୍ଥତା ଅନୁଭବ କରିବାକୁ ତାଙ୍କୁ ଶନିବାର ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତି ଓ ଭେଷଜ ବିଭାଗ ପକ୍ଷରୁ ଡାକ୍ତର ତାଙ୍କର ଚିକିତ୍ସା କରୁଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଅଗଷ୍ଟ ୨ରେ ସେ କରୋନାରେ ପୀଡ଼ିତ ହେବା ପରେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇ ଅଗଷ୍ଟ ୧୪ରେ ଫେରିଥିଲେ । ଏହାପରେ ପୁଣିଥରେ ଅସୁସ୍ଥ ହୋଇ ପଡିବାରୁ ଅଗଷ୍ଟ ୧୮ରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ସେତେବେଳେ ତାଙ୍କର ଛାତିରେ ଯନ୍ତ୍ରଣା ହେବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ହେଲେ ହସ୍ପିଟାଲରୁ ଫେରିବା ପରେ ସେ ନିଜେ ଟୁଇଟ୍ କରି ସୂଚନା ଦେଇଥିଲେ କି ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ଏମିତିକି ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ଶୁଭଚିନ୍ତକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ହେଲେ ଏଥର ବି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଶ୍ୱାସ ନେବାରେ କଷ୍ଟ ହେବାରୁ ଏମ୍ସରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Share