Categories: ଜାତୀୟ

‘ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୀତିର ବିଜୟ’ ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତକୁ ନେଇ କହିଲେ ଶାହା

ନୂଆଦିଲ୍ଲୀ,୨୩।୬: ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେଠାରେ ଥିବା ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହ ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତକୁ ନେଇ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୀତି ଏବଂ ବୈଶ୍ୱିକ ସମ୍ପର୍କର ବିଜୟ ବୋଲି କହିଛନ୍ତି। ସେ କହିଛନ୍ତି, ବିଶ୍ୱରେ ଭାରତର ବୃଦ୍ଧି ପ୍ରଭାବର ଏହା ହେଉଛି ପ୍ରମାଣ।

ଟୁଇଟରରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତର ଭିଡିଓ ଶେୟାର କରି ଅମିତ ଶାହା କହିଛନ୍ତି, ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କ ମହାନ ସ୍ବାଗତ ତାଙ୍କ କୂଟନୈତିକ ନୀତିର ସଫଳତାକୁ ଦର୍ଶାଉଛି। ଏହି ସମ୍ମାନ ସମସ୍ତ ଭାରତୀୟଙ୍କ ପ୍ରେରଣାର ଉତ୍ସ ଅଟେ।

ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବିୟ ଟୁଇଟରରେ ସ୍ବାଗତର ଏକ ଭିଡିଓ କ୍ଲିପ ଶେୟାର କରି କହିଛନ୍ତି ଯେ ହ୍ବାଇଟ ହାଉସରେ ବିଶ୍ୱର କୌଣସି ନେତାଙ୍କୁ ଏପରି ସ୍ବାଗତ କରିବା ମୁଁ କେବେ ଦେଖିନାହିଁ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଭିଡିଓ କ୍ଲିପକୁ ଟୁଇଟ କରି କହିଛନ୍ତି ଯେ, ଗର୍ବିତ ଅନୁଭବ କରୁଛି।

Share