Categories: ଜାତୀୟ

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ କରି କେନ୍ଦ୍ର ଗସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ବଡ଼ ବୟାନ ଦେଇଛନ୍ତି। ଅମିତ ଶାହା କହିଛନ୍ତି, ବିରୋଧୀ ଦଳଗୁଡିକ ମଧ୍ୟ ନିର୍ବାଚନ ବଣ୍ଡ ଜରିଆରେ ଟଙ୍କା ପାଇଛନ୍ତି। କ’ଣ ସେମାନେ ମଧ୍ୟ ଏହାକୁ ବଟି ଆଦାୟ ସହ ତୁଳନା କରିବେ କି ?

ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ନିର୍ବାଚନୀ ବଣ୍ଡକୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି। ଶାହା କହିଛନ୍ତି, ସେମାନଙ୍କ ସହ ଥିବା ଦଳଗୁ ମଧ୍ୟ ବଣ୍ଡ ଜରିଆରେ ଚାନ୍ଦା ପାଇଛନ୍ତି। ଏହା ମଧ୍ୟ କ’ଣ ବଟି? ରାହୁଲ ଗାନ୍ଧୀ ଲୋକଙ୍କୁ କୁହନ୍ତୁ ଯେ ହଁ ଆମେ ମଧ୍ୟ ବଳପୂର୍ବକ ବଟି ଆଦାୟ କରିଛୁ। ଏମ୍‌ପିଙ୍କ ଅନୁପାତରେ ସେମାନେ ଗ୍ରହଣ କରିଥିବା ଚାନ୍ଦା ଆମଠାରୁ ଅଧିକ। ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ। ତେଣୁ ଆମ ଉପରେ ଦୁର୍ନୀତିର ଅଭିଯୋଗ ଆଣୁଛନ୍ତି। ସେମାନେ କେବେ ସଫଳ ହେବେ ନାହିଁ ।

 

Share