Categories: ଜାତୀୟ

ଭାଜପାର ଘୋଷଣାପତ୍ର, ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ ମିଳିବ ୧୮ହଜାର ଟଙ୍କା

ଶ୍ରୀନଗର,୬।୯: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଭାଜପାର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ଏହି ସମୟରେ ସେ ନ୍ୟାଶନାଲ କନଫରେନ୍ସର ମନିଫେଷ୍ଟୋ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଧାରା ୩୭୦ ସମ୍ବନ୍ଧରେ ଏନସିର ଏଜେଣ୍ଡାକୁ କଂଗ୍ରେସ ସମର୍ଥନ କରିଛି। କିନ୍ତୁ ଧାରା ୩୭୦ ବର୍ତ୍ତମାନ ଇତିହାସରେ ପରିଣତ ହୋଇଛି, ଏହା ଆଉ ଫେରିପାରିବ ନାହିଁ ଏବଂ ଆମେ ଏହାକୁ ଫେରିବାକୁ ଦେବୁ ନାହିଁ ।
ଶାହା କହିଛନ୍ତି, ଧାରା ୩୭୦ ହେଉଛି ଲିଙ୍କ ଯାହା ଯୁବକମାନଙ୍କୁ ବିକାଶ ପରିବର୍ତ୍ତେ ଆତଙ୍କବାଦ ଆଡକୁ ଠେଲି ଦେଇଛି। ଜମ୍ମୁ କଶ୍ମୀରରେ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ସଂରକ୍ଷଣ ପାଇଁ ଆବଶ୍ୟକ ଥିଲା। ମୁଁ ଓମାର ଅବଦୁଲ୍ଲାଙ୍କୁ କହିବାକୁ ଚାହେଁ ଯେ ଆମେ ଆପଣଙ୍କୁ ଗୁଜର ବକରୱାଲଙ୍କ ସଂରକ୍ଷଣକୁ ଛୁଇଁବାକୁ ଦେବୁ ନାହିଁ। ବୋମାର ଛାଇ ଏବଂ ମେସିନ ଗନ୍‌ର ଶବ୍ଦ କଶ୍ମୀରରେ ଶୁଣାଯାଇଥିଲା, ଯାହା ବର୍ତ୍ତମାନ ଇତିହାସ।
ତେବେ ଭାଜପା ତା’ର ଘୋଷଣାପତ୍ରରେ ଅନେକ କିଛି ଘୋଷଣା କରିଛି। ସେଥିମଧ୍ୟରୁ…

୧- ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦକୁ ଆମେ ସମ୍ପୂର୍ଣ୍ଣ ରୂପେ ହଟାଇ ଜମ୍ମୁ କଶ୍ମୀରକୁ ଦେଶର ବିକାଶ ତଥା ପ୍ରଗତିରେ ଅଗ୍ରଣୀ କରିବୁ।
୨- ମା ସମ୍ମାନ ଯୋଜନା ଅଧୀନରେ ପ୍ରତ୍ୟେକ ପରିବାରର ବରିଷ୍ଠ ମହିଳାଙ୍କୁ ପ୍ରତିବର୍ଷ ୧୮,୦୦୦ ଟଙ୍କା ଦିଆଯିବ।
୩- ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଉପରେ ସୁଧ ପ୍ରସଙ୍ଗରେ ସହାୟତା।
୪- ଉଜ୍ୱଳା ହିତାଧିକାରୀଙ୍କୁ ପ୍ରତିବର୍ଷ ୨ଟି ମାଗଣା ଏଲପିଜି ସିଲିଣ୍ଡର।
୫- ପିପିଏନଡିଆରଓ୍ବାଇ ଅଧୀନରେ ୫ଲକ୍ଷ ନିଯୁକ୍ତି।
୬- ପ୍ରଗତି ଶିକ୍ଷା ଯୋଜନା ଅଧୀନରେ କଲେଜ ଛାତ୍ରୀଛାତ୍ରଙ୍କୁ ପରିବହନ ଭତ୍ତା ଭାବରେ ବାର୍ଷିକ ୩୦୦୦ଟଙ୍କା। ଇତ୍ୟାଦି।

Share