Categories: ଜାତୀୟ

ଶେଷକୁ କାମରେ ଆସିଲା ଶାହାଙ୍କ ରଣନୀତି

ନୂଆଦିଲ୍ଲୀ,୩୦ ।୬: କାମ ଦେଲା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରଣନୀତି । ଦୀର୍ଘ ଅଢେଇ ବର୍ଷର ଅପେକ୍ଷା ପରେ ତୃତୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ ସଫଳ ହେଲା ଅପରେଶନ ଲୋଟସ । ଏହି ଅପରେଶନରେ ସଫଳ ହେବାକୁ ଅବଶ୍ୟ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦୀର୍ଘ ଅଢେଇ ବର୍ଷ ଅପେକ୍ଷା କରିବାକୁ ପଡିଲା । ରାଜସ୍ଥାନରେ ଅପରେଶନ ଲୋଟସ ଅସଫଳ ହେବା ପରେ ଭାଜପାର ନଜର ପଡିଥିଲା ମହାରାଷ୍ଟ୍ର ଉପରେ । ଏଠାରେ ଧୀରେ ଧୀରେ ରଣନୀତି ପ୍ରସ୍ତୁତ କରି ଶେଷରେ ସଫଳ ହେଲା ଭାଜପା ।
ଶିବସେନାର ଦୁଇ ତୃତିୟାଂଶରୁ ଅଧିକ ବିଧାୟକ ଦଳ ଛାଡିଦେଲେ । ହେଲେ ସମସ୍ୟା ସେତେବେଳେ ଉପୁଜିଲା ଯେତେବେଳେ ଶାସକ ମହାବିକାଶ ଅଘାଡିକୁ ସମର୍ଥନ ଦେଉଥିବା ଛୋଟ ଛୋଟ ଦଳ ଓ ନିର୍ଦ୍ଦଳୀୟମାନେ ହାତ ଛାଡିଦେଲେ । ସଂଖ୍ୟା ବଳ ଦୃଷ୍ଟିରୁ ଭାଜପା ନିଜର ଓ ନିର୍ଦ୍ଦଳୀୟ, ଅନ୍ୟ ଛୋଟ ଦଳ ସହ ମିଶି ସରକାର ଗଢିବାର ସ୍ଥିତିକୁ ଚାଲି ଆସିଲା ।
ସୂଚନାଯୋଗ୍ୟ, ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ପଦରୁ ଇ୍‌ସ୍ତଫା ଦେଇଥିବା ବେଳେ ଗୁରୁବାର ହେବ ଫ୍ଲୋର ଟେଷ୍ଟ । ଏକନାଥ ସିନ୍ଧେଙ୍କ ସମର୍ଥକମାନେ ଗୁରୁବାର ମୁମ୍ବାଇ ଫେରିବେ । ଏହି ଫ୍ଲୋର ଟେଷ୍ଟ ପରେ ଦେବେନ୍ଦ୍ର ଫଡନବିଶ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଉଛି ।

Share