Categories: ଜାତୀୟ

ଡେଙ୍ଗୁ, ମ୍ୟାଲେରିଆ ମମତାଙ୍କ ବନ୍ଧୁ: ଶାହା

ନୂଆଦିଲ୍ଲୀ,୨୫।୩: ୫ଟି ରାଜ୍ୟସଭା ନିର୍ବାଚନ ପାଇଁ ବର୍ତ୍ତମାନ ଜୋର୍‌ଦାର ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ଏବଂ ଆସାମରେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବ। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳର ନେତାମାନେ ପରସ୍ପରକୁ ବାକ୍ୟବାଣ ମାରୁଛନ୍ତି।

ପଶ୍ଚିମବଙ୍ଗରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଗୃହମନ୍ତ୍ରୀ ଅମିତ ଶାହା ଯୋଗଦେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦିଦି ଥିବା ଯାଏ ଆପଣମାନେ ଡେଙ୍ଗୁ, ମ୍ୟାଲେରିଆରୁ ମୁକ୍ତି ପାଇବେ ନାହିଁ। ସେ ଡେଙ୍ଗୁ, ମ୍ୟାଲେରିଆ ସହିତ ବନ୍ଧୁତା କରନ୍ତି। ଆମକୁ ଭୋଟ୍‌ ଦିଅ, ଆମେ ୨ ବର୍ଷରେ ରୋଗ ଦୂର କରିବୁ। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ବେଳେ ଦିଦି ତାଙ୍କ ଭଣଜାଙ୍କ ପାଇଁ କାମ କରୁଛନ୍ତି। ଆପଣ କାହାକୁ ଚାହାନ୍ତି ବୋଲି ଭୋଟରମାନଙ୍କୁ ଶାହା ପଚାରିଛନ୍ତି।

ଶାହା କହିଛନ୍ତି, ମୁଁ ତୁମ ଅଞ୍ଚଳର ଅସୁବିଧା ଜାଣିଛି। ଦିଦି ଯେଉଁଠାରେ ବୁଲନ୍ତି ସେଠି ଆଦିବାସୀଙ୍କୁ ଭୟଭୀତ କରି କୁହନ୍ତି ଖେଳ ହେବ, ଖେଳ ହେବ। ଆହୁରି ମଧ୍ୟ ଅମିତ ଦିଦିଙ୍କୁ ଟାର୍ଗେଟ କରି କହିଛନ୍ତି, ତୁମକୁ ଜଣା ନାହିଁ ବଙ୍ଗଳାର ଛୋଟ ପିଲା ବି ଫୁଟବଲ ଖେଳନ୍ତି। ତୁମର ଖେଳକୁ କେହି ଭୟ କରନ୍ତି ନାହିଁ।

Share