ଥିରୁଭାନନ୍ତପୁରମ୍,୩।୯: ଦେଶରୁ କଂଗ୍ରେସ ନିଶ୍ଚିହ୍ନ ହେଉଛି, ବିଶ୍ୱ କମ୍ୟୁନିଷ୍ଟ ଦଳରୁ ମୁକ୍ତ ହେଉଛି। ଯଦି କେରଳର ଭବିଷ୍ୟତ ଅଛି, ତେବେ ଏହା ହେଉଛି ଭାଜପା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାଜପାର ପ୍ରମୁଖ ନେତା ଅମିତ ଶାହା।
କେରଳର ଥିରୁଭାନନ୍ତପୁରମ୍ ଅନୁଷ୍ଠିତ ଭାଜପା ଅନୁସୂଚିତ ଜାତି(ଏସ୍ସି) ସମ୍ମିଳନୀରେ ଶାହା କହିଛନ୍ତି, କଂଗ୍ରେସ ଏବଂ କମ୍ୟୁନିଷ୍ଟମାନେ ଅନୁସୂଚିତ ଜନଜାତି ଏବଂ ଗରିବଙ୍କ କଲ୍ୟାଣ ଲାଗି କଦାପି କାମ କରିନାହାନ୍ତି। ସେମାନେ କେବଳ ଭୋଟବ୍ୟାଙ୍କ ଭାବେ ସେମାନଙ୍କୁ ବ୍ୟବହାର କରିଛନ୍ତି। ଏଠାରେ କାମ କରୁଥିବା ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଦେଉଛି।
କାରଣରେ ଦେଶ ପାଇଁ କାମ କରିବାକୁ ଦେଶପ୍ରେମ, ବଳିଦାନ ଏବଂ ସାହସ ଆବଶ୍ୟକ। ଭାରତରେ ଏବେ କଂଗ୍ରେସର ବିଲୁପ୍ତ ହେବା ଅବସ୍ଥା। କମ୍ୟୁନିଷ୍ଟ ପାର୍ଟୀ ମଧ୍= ବିଶ୍ୱରୁ ବିଲୁପ୍ତ ହେବାକୁ ଯାଉଛି। ଏଣୁ କେରଳରେ କେବଳ ଭାଜପାର ଭବିଷ୍ୟତ ଅଛି ବୋଲି ସେ କହିଛନ୍ତି।
ଏହାଛଡ଼ା ଶାହା ଉଦାହରଣ ଦେଇ କହିଛନ୍ତି ଯେ, ଯେତେବେଳେ ଆମେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କଲୁ, ସେତେବେଳେ ଆମେ ଦଳିତ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି କରିଥିଲୁ। ଦ୍ୱିତୀୟ କାର୍ଯ୍ୟକାଳରେ ଏସ୍ଟି ସମ୍ପ୍ରଦାୟର ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ହେବାରେ ସହଯୋଗ କରିଛୁ। ହେଲେ କଂଗ୍ରେସ ସମୟରେ ବାବା ସାହେବ ଆମ୍ବେଦକାରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇନାହିଁ। କଂଗ୍ରେସ କ୍ଷମତା ହାତରୁ ଯିବା ପରେ ହିଁ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା। ମୋଦି ସରକାର ସମୟରେ ଆମ୍ବେଦକରଙ୍କ ସ୍ମୃତିରେ ପଞ୍ଚ ତୀର୍ଥ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି।