Categories: ଜାତୀୟ

ଛତିଶଗଡ଼ରେ ଗଢିବାକୁ ପଡିବ ଭାଜପା ସରକାର: ଶାହା

ରାୟପୁର,୨୨।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି। ଦୁର୍ଗରେ ଗୁରୁବାର ସେ କହିଛନ୍ତି ୨୦୨୩ରେ ଛତିଶଗଡ଼ରେ ଭାଜପାର ସରକାର ଗଠନ କରିବାକୁ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ରମନ ସିଂଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଛତିଶଗଡ଼କୁ ରୋଗୀଣା ରାଜ୍ୟରୁ ବାହାର କରିବାକୁ ପଡିବ। ଏହାସହ ଶାହା ଆହ୍ବାନ ଦେଇଛନ୍ତି ୨୦୨୪ରେ ପୁଣିଥରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବ। ୨୦୨୪ରେ ରାହୁଲ ‘ବାବା’ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରୁ ମୋଦି ପ୍ରଧାନମନ୍ତ୍ରୀ ହେବେ। ଆଜିବି ଆମେରିକାରେ ମୋଦିଙ୍କ କାର୍ଯ୍ୟକ୍ରମ ଚାଲିଛି।

କଂଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି ସୋନିଆ ଗାନ୍ଧୀ ଓ ମନମୋହନ ସିଂଙ୍କ ସରକାର ସମୟରେ ଭ୍ରଷ୍ଟାଚାର ହେଉଥିଲା। ହେଲେ ମୋଦି ପାକିସ୍ତାନର ଘରେ ପଶି ଆତଙ୍କବାଦୀଙ୍କ ମୂଳୋତ୍ପାଟନ କଲେ। କଂଗ୍ରେସ ତା’ର କୋଳରେ ଧାରା ୩୭୦କୁ ବସାଇଥିଲା। ଆତଙ୍କବାଦୀମାନେ ଆକ୍ରମଣ କରି ଚାଲିଥିଲେ। ରାମ ମନ୍ଦିର ଅଯୋଧ୍ୟାରେ ହେବାର କଥା ହେଲେ କଂଗ୍ରେସ ଏହାକୁ ଅଟକାଉ ଥିଲା।
ହେଲେ ୯ ବର୍ଷରେ ମୋଦି ବହୁତ କିଛି ପରିବର୍ତ୍ତନ କରିଛନ୍ତି। କଂଗ୍ରେସର ୧୦ ବର୍ଷ ଶାସନ କାଳରେ ଭ୍ରଷ୍ଟାଚାର ବଢି ଚାଲିଥିଲା। କଂଗ୍ରେସ ୧୨ ଲକ୍ଷ କୋଟିର ଭ୍ରଷ୍ଟାଚାର କରିଛି। ମୋଦି ୯ ବର୍ଷର ଶାସନ କାଳ ମଧ୍ୟରେ ଏତେ ପାରଦର୍ଶି ସରକାର ଚଲାଇଛନ୍ତି ଯେ ବିରୋଧୀ ଭ୍ରଷ୍ଟାଚାରର ଅଭିଯୋଗ ଆଣି ପାରୁ ନାହାନ୍ତି ବୋଲି ଶାହା କହିଛନ୍ତି।

Share