Categories: ଜାତୀୟ

ଯୋଗୀ ସଫଳ ମୁଖ୍ୟମନ୍ତ୍ରୀ: ଶାହା

ଲକ୍ଷ୍ନୌ,୧ ।୮: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଫରେନସିକ୍ ସାଇନ୍ସ ଇନଷ୍ଟିଚ୍ୟୁଟର ଶିଳାନ୍ୟାଶ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ର ୪ ବର୍ଷ ଶାସନ ମଧ୍ୟରେ ଉତ୍ତର ପ୍ରଦେଶରେ ରାମ ରାଜ୍ୟ ହୋଇଛି । ଯୋଗୀ ସରକାର ରାଜ୍ୟକୁ ବିକାଶ ଦିଗରେ ଆଗେଇ ନେବାକୁ କାମ କରିଛନ୍ତି । ୨୦୧୭ରେ ଭାଜପା ସରକାର ଆସିବା ପୂର୍ବରୁ ପଶ୍ଚିମ ଉତ୍ତର ପ୍ରଦେଶରୁ ଲୋକେ ପଳାୟନ କରୁଥିଲେ । ରାଜ୍ୟ ଦଙ୍ଗା ଗ୍ରସ୍ତ ଥିଲା । ହେଲେ ୪ ବର୍ଷ ମଧ୍ୟରେ ରାଜ୍ୟରେ ଆଇନ କାନୁନ ସୁଧୁରି ଯାଇଛି । ଯୋଗୀଙ୍କ ନେତୃତ୍ୱରେ ରାଜ୍ୟ ବିକାଶ ଦିଗରେ ଅଗ୍ରସର ହେଉଛି । ତେଣୁ ଯୋଗୀ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଥିବା ମୁଖ୍ରମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ ସଫଳ ମୁଖ୍ୟମନ୍ତ୍ରୀ ।

Share