Categories: ଜାତୀୟ

ମମତାଙ୍କୁ ଟାର୍ଗେଟ କଲେ ଶାହା

କୋଲକାତା,୧୬।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ତାଙ୍କର ପଶ୍ଚିମ ବଙ୍ଗ ଯାତ୍ରା ସମୟରେ କୋଲକାତାରେ ଦୁର୍ଗା ପୂଜାର ଉଦଘାଟନ କରିଛନ୍ତି। ଏହି ସମୟରେ ସେ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି।
ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି, ମାଆ ଦୁର୍ଗାଙ୍କୁ ପ୍ରାର୍ଥନା କରୁଛି କି ପଶ୍ଚିମବଙ୍ଗରେ ଭ୍ରଷ୍ଟାଚାର, ଅତ୍ୟାଚାର ଶେଷ ହେଉ। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ପଶ୍ଚିମବଙ୍ଗ ଆସିବା ଜାରି ରଖିବି ଓ ରାଜ୍ୟରେ ପରିବର୍ତ୍ତନ ପାଇଁ ଲଢେଇ କରିବି।
ସ୍ବରାଷ୍ଟ୍ର ମନ୍ତ୍ରୀ ତାଙ୍କ ସମ୍ବୋଧନରେ, ସମସ୍ତ ପଶ୍ଚିମବଙ୍ଗବାସୀଙ୍କୁ ନବରାତ୍ରର ଦ୍ୱିତୀୟ ତିଥିରେ ଦୁର୍ଗାପୂଜାର ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି। କେବଳ ମା’ ଦୁର୍ଗାଙ୍କ ଆଶୀର୍ବାଦ ନେବାକୁ ସେ ସିଧା ଗୁଜରାଟରୁ ପଶ୍ଚିମବଙ୍ଗ ଆସିଥିବା କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, କି ମୁଁ ଆଜି ପଶ୍ଚିମବଙ୍ଗ ରାଜନୀତି କରିବାକୁ ଆସିନାହିଁ। ମୁଁ ଦୁର୍ଗା ମା’ଙ୍କ ନିକଟରେ ଦେଶର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି।

Share