Categories: ଜାତୀୟ

ଭାଜପାର ଅର୍ଥ ‘ଭାରତୀୟ ଝଗଡା ପାର୍ଟି’: ଅଖିଳେଶ

ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ପ୍ରଚାର ଯୋର ସୋରରେ ଚାଲିଛି । ପ୍ରାୟ ସବୁ ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଅଛନ୍ତି । ଗୁରୁବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ସେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି । ଗୁରୁବାର ଶାହ ଫିରୋଜାବାଦ , କରହଲ ଓ ଶିକୋହାବାଦରେ ରାଲି କରିଛନ୍ତି । ଏହି ସମୟରେ ସେ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟିରେ ଏସ୍ ର ଅର୍ଥ ହେଉଛି ସମ୍ପତି ଏକତ୍ର କରିବା ଓ ପିର ଅର୍ଥ ହେଉଛି ପରିବାର ଲୋକଙ୍କୁ ଶାସନ କ୍ଷମତା ଦେବା । ଶାହ କହିଛନ୍ତି ସମାଜବାଦୀ ପାର୍ଟି ସରକାରରେ ଅଖିଳେଶ ଯାଦବଙ୍କ ପରିବାରର ୪୫ ଜଣଙ୍କୁ ଭିନ୍ନ ଭିନ୍ନ ପଦ ମିଳିଥିଲା ।
ଏହାର ପ୍ରତିକ୍ରିୟାରେ ଅଖିଳେଶ କହିଛନ୍ତି ଭାଜପା ସବୁବେଳେ ଜନତାଙ୍କୁ ଧୋକା ଦେଇଥାଏ. ଭୁଲ କଥା କହିଥାଏ, ଜଣ ଜଣଙ୍କ ମଧ୍ୟରେ ଝଗଡା ଲଗାଇଥାଏ । ତେଣୁ ଏବେ ଭାଜପା ଦଳର ନାମ ପରିବର୍ତ୍ତନ କରି ‘ଭାରତୀୟ ଝଗଡା ପାର୍ଟି’ କରିଦେବା ଦରକାର । ଅଖିଳେଶ ଯାଦବ କରହଲ ଆସନରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ଭାଜପାର ପ୍ରାର୍ଥୀ ଏସ ପି ସିଂ ବଘେଲ ରହିଛନ୍ତି ।

Share