Categories: ଜାତୀୟ

ସେନାଙ୍କୁ ଦୁର୍ବଳ ବୋଲି ନ ଭାବନ୍ତୁ ଶତ୍ରୁ: ଶାହ

ଜୟପୁର,୫ ।୧୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର ରାଜସ୍ଥାନର ଜୈସଲମେରରେ ଆୟୋଜିତ ସୁରକ୍ଷାକର୍ମୀଙ୍କ ୫୭ ତମ ସ୍ଥାପନା ଦିବସ ସମାରୋହରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ସୁରକ୍ଷାର୍କମୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟପାଇଁ ପଦକ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶାହ କହିଛନ୍ତି ଆଜି କେହିବି ଆମ ସୀମା ଓ ସେନାଙ୍କୁ ହାଲୁକା ଭାବେ ଗ୍ରହଣ କରିପାରିବେନି । ଭାରତ ବିଶ୍ୱକୁ କଡା ବାର୍ତ୍ତା ଦେଇଛି ।

ଦେଶର ସ୍ୱାଧିନତାକୁ ୭୫ ବର୍ଷ ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଅମୃତ ମହୋତ୍ସବ ଭାବେ ପାଳନ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଆଜିଠାରୁ ୨୫ ବର୍ଷ ପର୍ଯ୍ୟନ୍ତ ଅମୃତ କାଳ ଭାବେ ଦେଖାଯିବ । ତେବେ ବିଏସ୍‌ଏଫ୍ ସ୍ଥାପନ ହେବାର ୫୭ ବର୍ଷ ପରେ ପ୍ରଥମଥର ଲାଗି ଦେଶର ସୀମାରେ ଥିବା ଜିଲାରେ ପ୍ରଥମ କରି ସ୍ଥାପନା ଦିବସ ପାଳନ କରାଯାଉଛି । ଏହି ପରମ୍ପରାକୁ ଜାରି ରଖିବା ଦରକାର ବୋଲି ଶାହ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି ଦେଶର ସୀମାରେ ସୁରକ୍ଷା ଦେଉଥିବା ବିଏସ୍‌ଏଫ୍ ବିଶ୍ୱର ସବୁଠାରୁ ବଡ ସୁରକ୍ଷା ବଳ । ଯେଉଁଠାରେ ବି ସୀମାରେ ଅଶାନ୍ତ ପରିବେଶ ସୃଷ୍ଟି କରିବାକୁ ଶତ୍ରୁପକ୍ଷ ଉଦ୍ୟମ କରିଛନ୍ତି ସେଠାରେ ବିଏସ୍‌ଏଫ୍ ଏହାର କଡା ଜବାବ ଦେଇଛି । ତେଣୁ ଆମର ସୀମା ଓ ଆମ ଯବାନଙ୍କୁ ଦୁର୍ବଳ ବୋଲି ଭାବିବା ଭୁଲ । ଏହି ବାର୍ତ୍ତା ଭାରତ ଦେଇଛି । ଏହି ଅବସରରେ ଶାହ ଦେଶର ପୋଲିସ, ବିଏସ୍‌ଏଫ୍ ଓ ସିଏପିଏଫର ପାୟ ୩୫ ହଜାରରୁ ଊର୍ଦ୍ଧ୍ୱ ଯବାନ ଦେଶପାଇଁ ପ୍ରାଣବଳୀ ଦେଇଥିବା ବେଳେ ଶାହା ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

 

Share