Categories: ଜାତୀୟ

ଛତିଶଗଡରେ ମାଓବାଦୀ ଆକ୍ରମଣ ପରେ ଭୂପେଶଙ୍କ ସହ କଥା ହେଲେ ଶାହା

ନୂଆଦିଲ୍ଲୀ,୨୬।୪: ଛତିଶଗଡର ଦନ୍ତେୱାଡାରେ ବୁଧବାର ବଡ଼ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏଥିରେ ୧୧ ଜଣ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ଶାହା ଦନ୍ତେୱାଡାରେ ଜିଲାର ଅରନପୁର ନିକଟରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୧୦ ଜଣ ଡିଆରଜି(ଜିଲା ରିଜର୍ଭ ଗାର୍ଡ) ଯବାନଙ୍କ ବିଷୟରେ ପଚାରି ବୁଝିଥିଲେ। ଏଥିସହ ସେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସାହାଯ୍ୟ କରିବାକୁ ନିଶ୍ଚିତ କରିଛନ୍ତି।

ଅମିତ ଶାହା ଟୁଇଟ କରି କହିଛନ୍ତି, ଦନ୍ତେୱାଡାର ଛତିଶଗଡ ପୋଲିସ ଉପରେ ହୋଇଥିବା ଭୟାନକ ଆକ୍ରମଣକୁ ନେଇ ମୁଁ ଅତ୍ୟନ୍ତ କ୍ଷୁବ୍ଧ। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ କଥା ହୋଇ ସମସ୍ତ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି। ଶହୀଦ ସୈନିକମାନଙ୍କ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା।

Share