Posted inଜାତୀୟ

ଓୱାଇସିଙ୍କ ହାତରେ କେସିଆରଙ୍କ କାର୍‌ ଷ୍ଟିଅରିଂ: ଶାହା

ହାଇଦ୍ରାବାଦ୍‌,୨୭।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ୪ଜି ଦଳ, ଯାହାର ଅର୍ଥ ହେଉଛି ଚାରି ପିଢିର ଦଳ (ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ), ବିଆରଏସ ହେଉଛି ୨ଜି ପାର୍ଟି, ଯାହାର ଅର୍ଥ ହେଉଛି ଦୁଇ ପିଢିର ପାର୍ଟି (କେସିଆର ଏବଂ ପରେ କେ.ଟି.ଆର) ଏବଂ ଓୱାଇସିଙ୍କ ଦଳ ହେଉଛି, ପାର୍ଟି, ଏହା ୩ ପିଢିରୁ ଚାଲିଆସୁଛି।
ସେ ଦାବି କରିଛନ୍ତି ଯେ, ଏଥର ରାଜ୍ୟରେ ୨ଜି, କିମ୍ବା ୩ଜି, କିମ୍ବା୪ଜି ଆସିବ ନାହିଁ। ଏଥର ଭାରତୀୟ ଜନତା ପାର୍ଟି ସରକାର ଏଠାରେ ଆସିବେ ଏବଂ ପଦ୍ମ ଫୁଟିବ। ପାଲଟିଛି। କେସିଆର ତେଲେଙ୍ଗାନା ମୁକ୍ତି ସଂଗ୍ରାମର ଲୋକଙ୍କ ସ୍ବପ୍ନକୁ ଭାଙ୍ଗିବା ପାଇଁ ଓୱାଇସିଙ୍କ ସହ ବସି କାମ କରିଛନ୍ତି। ଆଗାମୀ ଦିନରେ କେସିଆର ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଏଥର ରାଜ୍ୟରେ ଭାଜପାର ମୁଖ୍ୟମନ୍ତ୍ରୀ ଆସିବ।
ଶାହା ଆହୁରି ମଧ୍ୟ କହିଛନ୍ତି, କେସିଆରଙ୍କ ଦଳର ନିର୍ବାଚନ ପ୍ରତୀକ ଏକ କାର। ସେହି କାର ଭଦ୍ରାଚାଲମ ପର୍ଯ୍ୟନ୍ତ ଯାଏ, କିନ୍ତୁ ଏହା ରାମ ମନ୍ଦିର ପର୍ଯ୍ୟନ୍ତ ଯାଏ ନାହିଁ କାରଣ ସେହି କାରର ଷ୍ଟିଅରିଂ ଓୱାଇସିଙ୍କ ହାତରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଲାଲୁଙ୍କ ସହ ଯିବାକୁ ପ୍ରସ୍ତୁତ ଅଛି, ଯଦି ସେ…, ଖୋଲା ଅଫର ଦେଲେ ପ୍ରଶାନ୍ତ କିଶୋର

ପାଟନା,୧।୧୧: ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବେଲାଗଞ୍ଜ ବିଧାନସଭାର ବିଭିନ୍ନ ସ୍ଥାନରେ ସାଧାରଣ ସଭା ମାଧ୍ୟମରେ ପ୍ରଚାର କରିଥିଲେ। ଏହି ସମୟରେ ସେ...

ଦୀପାବଳିରେ କୋଟିପତିଙ୍କୁ ଲାଗିଲା କୋଟି କୋଟି ଟଙ୍କାର ଝଟ୍‌କା, ଆଦାନୀ-ଅମ୍ବାନୀଙ୍କ ସହ କମିଲା ମସ୍କଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତରେ ଲୋକେ ଯେବେ ଗୁରୁବାର ରାତିରେ ଦୀପାବଳି ପାଳନ କରୁଥିଲେ ସେତେବେଳେ ଆମେରିକା ସେୟାର ମାର୍କେଟରେ ହ୍ରାସର ଝଡ଼ ସୃଷ୍ଟି ହୋଇଛି। ଫଳରେ ଡାଉଜୋନ୍ସ...

ନଭେମ୍ବରରେ ଅବସର ନେବେ ସିଜେଆଇ ଚନ୍ଦ୍ରଚୁଡ, ଯିବା ସମୟରେ ଶୁଣାଇବେ ୫ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୧୧: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୁଡ ୧୦ ନଭେମ୍ବରରେ ଅବସର ନେଉଛନ୍ତି। ତାଙ୍କର କାର୍ଯ୍ୟକାଳ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ସ୍ମରଣୀୟ ହେବ।...

କଂଗ୍ରେସ ନେତା କ୍ଷମା ମାଗିବା ଉଚିତ, କାହିଁକି ଏମିତି କହିଲେ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧।୧୧: କର୍ନାଟକରେ ‘ଶକ୍ତି’ ଗ୍ୟାରେଣ୍ଟି ସମୀକ୍ଷା ଉପରେ ଦେଇଥିବା ମନ୍ତବ୍ୟ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ନିନ୍ଦା କରିବା ପରେ...

ସୁଧୁରୁନି ପକିସ୍ତାନ: ଚାଇନା ସହ ମିଶି ଭାରତ ବିରୋଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧।୧୧: ପଡୋଶୀ ଦେଶ ପାକିସ୍ତାନ ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନାଁ ଧରୁନି। ଜମ୍ମୁ କଶ୍ମୀରକୁ ଆତଙ୍କବାଦୀ ପଠାଇବା ବ୍ୟତୀତ ପାକିସ୍ତାନ ମଧ୍ୟ ଭାରତ ଉପରେ...

ବିବେକ ଦେବରୟ କିଏ? ଜେଜେ-ଜେଜେମା’ ଆସିଥିଲେ ବାଂଲାଦେଶରୁ ସେ କିନ୍ତୁ ପାଲଟି ଯାଇଥିଲେ ମୋଦିଙ୍କ ଚାଣକ୍ୟ

ନୂଆଦିଲ୍ଲୀ,୧।୧୧: ଅର୍ଥନୈତିକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚାଣକ୍ୟ ଥିତବା ବ୍ୟକ୍ତି ଏହି ଦୁନିଆରେ ଆଉ ନାହାଁନ୍ତି। ଯେଉଁ ବ୍ୟକ୍ତି ଦାରିଦ୍ର୍ୟର ଏକ ନୂତନ ମାନର ପ୍ରଚାର...

ଶିବକୁମାରଙ୍କ କଥା ଶୁଣି ରାଗିକି ପଞ୍ଚମ ହୋଇଗଲେ ଖାର୍ଗେ: କହିଦେଲେ…

ନୂଆଦିଲ୍ଲୀ,୧।୧୧: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ‘ଶକ୍ତି’ ଯୋଜନାକୁ ପୁନର୍ବିଚାର କରିବା ବିବୃତ୍ତିରେ ରାଗିଛନ୍ତି। ଖାର୍ଗେ ଶିବକୁମାରଙ୍କୁ ସ୍ପଷ୍ଟ ଭାବରେ...

ଜାତି ବଦଳାଇଲେ ଶିଆ ଓ୍ବାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ

ନୂଆଦିଲ୍ଲୀ,୧।୧୧: ୨୦୨୧ରେ ସନାତନ ଧର୍ମ ଗ୍ରହଣ କରି ଲାଇମ ଲାଇଟକୁ ଆସିଥିବା ଶିଆ ୱାକଫ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସିମ ରିଜଭି ଏଥର ନିଜର ଜାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri