Categories: ଜାତୀୟ

‘ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି ଅଖିଳେଶ, ଚୌକା ମାରିଦିଅ’

ଲକ୍ଷ୍ନୌ,୨୧।୨: ଉତ୍ତର ପ୍ରଦେଶରେ ତିନିଟି ପର୍ଯ୍ୟାୟରେ ୧୭୨ଟି ଆସନରେ ଭୋଟ ଗ୍ରହଣ ସରିଛି। ଏବେ ଅବଶିଷ୍ଟ ଚାରିଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ନିର୍ବାଚନୀ ପ୍ରଚାର ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୀତାପୁରରେ ପହଞ୍ଚିଥିଲେ। ଏକ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, ଉତ୍ତର ପ୍ରଦେଶରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି, ଚତୁର୍ଥ ପର୍ଯ୍ୟାୟ ଫେବୃୟାରୀ ୨୩ରେ ହେବ। ପ୍ରଥମ ତିନୋଟି ପର୍ଯ୍ୟାୟରେ ଏସପି-ବିଏସପି ଚିତ୍‌ପଟାଙ୍ଗ୍‌ ହୋଇପଡିଚନ୍ତି। କଂଗ୍ରେସ ଦଳ ଦୃଶ୍ୟମାନ ହେଉନାହିଁ। ବିରୋଧୀ ଦଳର ନେତାମାନେ ଆପଣଙ୍କ ନିକଟକୁ ଆସିବେ। ଆମେ ଜାତି, ଧର୍ମ, ଆଗୁଆ, ପଛୁଆ ବିଷୟରେ ଆଲୋଚନା କରିବେ। କିନ୍ତୁ ଆପଣ ମନରେ ଭାରତ ମାତା ଚିତ୍ରକୁ ମନେ ପକାଇ ପଦ୍ମ ଉପରେ ଭୋଟ ଦେବାକୁ ହେବ।
ଏହି ସଭାରେ ଶାହା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଅଖିଳେଶ ପ୍ରତିଦିନ ଫୁଲ୍‌ ଟସ୍‌ ବଲ୍‌ ପକାଉଛନ୍ତି, ଚୌକା ମାରିଦିଅ ବୋଲି ସେ ଉପସ୍ଥିତ ଜନତାଙ୍କୁ କହିଥିଲେ।

Share