Categories: ଜାତୀୟ

‘ରାହୁଲ ବାବା ଇଟାଲୀ ଚଷମା କାଢ଼, ଜାଣିପାରିବ ୮ ବର୍ଷରେ କ’ଣ ହୋଇଛି’

ଇଟାନଗର,୨୨।୫: ଅରୁଣାଚଳ ପ୍ରଦେଶ ଗସ୍ତରେ ଆସିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ କାର୍ଯ୍ୟକ୍ରମରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ଉଦ୍ଦେଶ୍ୟରେ ଶାହା କହିଛନ୍ତି, ରାହୁଲ ବାବା, ଆଖି ଖୋଲନ୍ତୁ .. ଇଟାଲୀର ଚଷମା କାଢି ଭାରତୀୟ ଚଷମା ପିନ୍ଧନ୍ତୁ, ତେବେ ଆପଣ ଜାଣିବେ ଏହି ୮ ବର୍ଷରେ କ’ଣ ଘଟିଛି। କଂଗ୍ରେସ ଲୋକ ଆଖି ବନ୍ଦ କରି ବିକାଶ ଉପରେ ନଜର ରଖିଛନ୍ତି।
ପର୍ଯ୍ୟଟନକୁ ବୃଦ୍ଧି କରିବା, ଆଇନ ଶୃଙ୍ଖଳା ବଜାୟ ରଖିବା, ଭିତ୍ତିଭୂମି ବୃଦ୍ଧି ତଥା ବିକାଶକୁ ବୃଦ୍ଧି କରିବା ପାଇଁ ରାଜ୍ୟର ପେମା ଖାଣ୍ଡୁ ଏବଂ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାର ୮ ବର୍ଷରେ ଯାହା କରିଛନ୍ତି, ୫୦ ବର୍ଷ ମଧ୍ୟରେ ତାହା ହୋଇ ନାହିଁ ବୋଲି ଶାହା କହିଛନ୍ତି।

Share