ଡେରାଡୁନ୍: ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ଗସ୍ତ କରିବେ । ରାଜ୍ୟରେ ପ୍ରବଳ ବର୍ଷା କାରଣରୁ କ୍ଷୟକ୍ଷତି ଘଟିଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ବୁଧବାର ସନ୍ଧ୍ୟାରେ ସେ ଡେରାଡୁନ୍ରେ ପହଞ୍ଚିବେ। ରାଜ୍ୟ ସରକାରୀ ଅଧିକାରୀଙ୍କ ସହ ଏକ ବୈଠକରେ ଯୋଗଦେଇ ରାଜ୍ୟର ସ୍ଥିତି ବାବଦରେ ପଚାରି ବୁଝିବେ । ଏହାପରେ ଗୃହମନ୍ତ୍ରୀ ଆକାଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତ୍ତରାଖଣ୍ଡ ବନ୍ୟାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ପ୍ରବଳ ବର୍ଷା ଯୋଗୁ ପ୍ରଭାବିତ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି । ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥତା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି।