Categories: ଜାତୀୟ

ରାମାନୁଜଆଚାର୍ଯ୍ୟଙ୍କ ‘ଷ୍ଟାଚ୍ୟୁ ଅଫ୍‌ ପିସ୍‌’ ଅନାବରଣ କଲେ ଶାହା

ଶ୍ରୀନଗର, ୮ା୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଭର୍ଚୁଆଲ ମାଧ୍ୟମରେ ‘ଷ୍ଟାଚ୍ୟୁ ଅଫ୍‌ ପିସ୍‌’ ଅନାବରଣ କରିଛନ୍ତି। ଏଥିସହ ବେଙ୍ଗାଲୁରୁ ସାଉଥ୍‌ ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସହଯୋଗରେ ପୁନଃନିର୍ମିତ ହୋଇଥିବା ଏକ ଯାତ୍ରୀ ଭବନକୁ ମଧ୍ୟ ସେଠାରେ ଉଦ୍‌ଘାଟନ କରିଛନ୍ତି। ସୋନଓ୍ବାର ଅଞ୍ଚଳରେ ଥିବା ଏକ ମନ୍ଦିର ପରିସରରେ ପ୍ରାୟ ୪ ଫୁଟ ଉଚ୍ଚତାର ଶ୍ରୀ ରାମାନୁଜଆଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତି ରହିଛି। ଏହା କେବଳ କଶ୍ମୀର ନୁହେଁ ପୁରା ଦେଶରେ ଶାନ୍ତିର ବାର୍ତ୍ତାବହକ ହେବ ବୋଲି ଶାହା କହିଛନ୍ତି। ଆସନ୍ତା ବର୍ଷ ଗୁଜରାଟରେ ମଧ୍ୟ ରାମାନୁଜଆଚାର୍ଯ୍ୟଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଗତ ଫେବୃୟାରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦରେ ୨୧୬ ଫୁଟ ଉଚ୍ଚତାର ଏହି ହିନ୍ଦୁ ଦାର୍ଶନିକ ତଥା ସମାଜ ସଂସ୍କାରକଙ୍କୁ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ।

Share