Categories: ଜାତୀୟ

ଶାହଙ୍କ ଦୁଇ ଦିନିଆ ୟୁପି ଗସ୍ତ, ଦେବେ ବିଜୟର ମନ୍ତ୍ର

ନୂଆଦିଲ୍ଲୀ,୧୨ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାରଠାରୁ ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ କିଛି କାର୍ଯ୍ୟକ୍ରମରେ ସମ୍ବୋଧନ ଦେବେ ଏହାସହ ବାରାଣସୀରେ ଏକ ମହତ୍ୱପୂର୍ଣ୍ଣ ସଙ୍ଗଠନାତ୍ମକ ବୈଠକ କରିବେ । ଏହି ବୈଠକରେ ଉତ୍ତର ପ୍ରଦେଶରେ ଆଗକୁ ଥିବା ବିଧାନସଭା ନିର୍ବାନରରେ ଶାହ ବିଜୟର ମନ୍ତ୍ର ଦେବେ । ଦ୍ୱିପ୍ରହର ପାଖାପାଖି ୧ଟାରେ ସେ ଉତ୍ତର ପ୍ରଦେଶରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ସାମିଲ ହେବା ଲାଗି ଶାହ ସନ୍ଧ୍ୟା ୫ଟା ୨୦ରେ ଦିନଦୟାଲ ହାଣ୍ଡିକ୍ରାପ୍ଟ ସ୍କୁଲରେ ପହଞ୍ଚିବେ । ରାତି ପ୍ରାୟ ୮ଟା ୩୦ରେ ବୈଠକ ଶେଷ କରି ସେ ଆମେଠି ପହଞ୍ଚିବେ ଓ ସେଠାରେ ରାତ୍ରି ବିଶ୍ରାମ ନେବେ ।
କୁହାଯାଉଛି କି ୨୦୨୨ ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଏହା ସବୁଠାରୁ ବଡ ବୌଠକ ହେବ । ଏହି ବୈଠକରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭାଜପା ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ରଦେବ ସିଂ, ସଙ୍ଗଠନର ମହାମନ୍ତ୍ରୀ ସୁନୀଲ ବଂଶଲ, ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଦିନେଶ ଶର୍ମା ବି ସାମିଲ ହେବେ । ଆହୁରି ମଧ୍ୟ ଏହି ବୈଠକରେ ଉତ୍ତର ପ୍ରଦେଶ ଭାଜପାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ, ୟୁପି ଭାଜପାର ପ୍ରଭାରୀ ରାଧାମୋହନ ସିଂଙ୍କ ବ୍ୟତୀତ ୭ ପ୍ରଭାରୀ ଓ ୬ ସଙ୍ଗଠନ ପ୍ରଭାରୀ ସାମିଲ ହେବେ । ଏହାସହ ବୈଠକରେ ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶର ବିଧାନସଭା ପ୍ରଭାରୀ, ଜିଲାଧ୍ୟକ୍ଷ ଓ ଜିଲା ପ୍ରଭାରୀ ବି ସାମିଲ ହେବାର ଯୋଜନା ରହିଛି ।

Share