Categories: ଜାତୀୟ

ଅମିତ ଶାହାଙ୍କୁ ଏମ୍ସ୍‌ରୁ ମିଳିଲା ଛୁଟି

ନୂଆଦିଲ୍ଲୀ, ୩୧।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୁସ୍ଥ ହୋଇ ୧୨ ଦିନ ପରେ ଏମ୍ସ୍‌ରୁ ଘରକୁ ଫେରିଛନ୍ତି। ଶାହାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ତାଙ୍କୁ ଡିସଚାର୍ଜ କରାଯାଇଥିବା ସମ୍ପର୍କରେ ଏମ୍ସ୍‌ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୮ରେ ଜ୍ୱର ଏବଂ ମୁଣ୍ଡବିନ୍ଧା ସମସ୍ୟା ଥିବାରୁ ତାଙ୍କୁ ଏମ୍ସ୍‌ରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଅଗଷ୍ଟ ୨ରେ ଶାହାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଗୁରୁଗ୍ରାମ୍‌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୪ରେ ଶାହାଙ୍କ ନମୁନା ରିପୋର୍ଟ କରୋନା ନେଗେଟିଭ୍‌ ଆସିଥିଲା।

Share