Categories: ଜାତୀୟ

ମତୁଆ ସମ୍ପ୍ରଦାୟର ମନ୍ଦିର ଦର୍ଶନ ପରେ ଭୋଜନ କଲେ ଶାହା

କୋଲକାତା, ୬।୧୧: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ମିଶନ ପଶ୍ଚିମବଙ୍ଗରେ। ଶୁକ୍ରବାର ତାଙ୍କ ଗସ୍ତର ଦ୍ୱିତୀୟ ଦିନ ହୋଇଥିବା ବେଳେ ସକାଳେ ସେ ଦକ୍ଷିଣେଶ୍ୱରୀ କାଳୀଙ୍କୁ ଦର୍ଶନ କରିଥିଲେ। ଦ୍ୱିପ୍ରହରରେ ଶାହା କୋଲକାତାର ନ୍ୟୁଟାଉନ ସ୍ଥିତ ମତୁଆ ସମ୍ପ୍ରଦାୟର ମନ୍ଦିର ଦର୍ଶନ କରିଥିଲେ। ଏହାପରେ ଗୌରାନଗରରେ ଥିବା ମତୁଆ ସମ୍ପ୍ରଦାୟର ସଦସ୍ୟ ନବୀନ ବିଶ୍ୱାସଙ୍କ ଘରେ ଭୋଜନ କରିଥିବା ଦେଖିବାକୁ ମିଳିଛି। ଶାହାଙ୍କ ସ୍ବାଗତ ପାଇଁ ସେମାନେ ଜୋରସୋରରେ ପ୍ରସ୍ତୁତି କରିଥିଲେ।

ମତୁଆ ସମ୍ପ୍ରଦାୟର ମହିଳାମାନେ ଶାହାଙ୍କ ଉପରେ ଫୁଲ ବର୍ଷା କରି ଘରକୁ ସ୍ବାଗତ କରିଥିଲେ। ତାଙ୍କ ଆତିଥ୍ୟ ପାଇଁ ଭୋଜନରେ ଭାତ, ରୁଟି, ଶୁକ୍ତୋ, ମୁଗ ଡାଲି, ହରଡ଼ ଡାଲି, ପନିର, ଚଟଣି ଓ ଖିରୀ ପ୍ରସ୍ତୁତ ହୋଇଥିଲା। ନବୀନଙ୍କ ପତ୍ନୀ ନିଜ ହାତରେ ଏସବୁ ବ୍ୟଞ୍ଜନ ତିଆରି କରିଥିଲେ। ଏହି ସବୁ ବ୍ୟଞ୍ଜନକୁ କଦଳୀ ପତ୍ରରେ ପରୋଷା ଯାଇଥିଲା।

Share