Categories: ଜାତୀୟ

ହତାଶ କର୍ମୀଙ୍କୁ ଭରସା ଦେବେ ଶାହ

ନୂଆଦିଲ୍ଲୀ,୫ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଯାତ୍ରାରେ ଯାଉଛନ୍ତି । ଗତବର୍ଷ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ପରେ ଶାହଙ୍କର ଏହା ପ୍ରଥମ ଗସ୍ତ । ମିଳିଥିବା ସୂଚନା ଅନୁଯାୟୀ, ସ୍ୱରାଷ୍ଟମନ୍ତ୍ରୀ ଗୁରୁବାର ସକାଳେ ହିଂଲାଗଞ୍ଜରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ର ‘ଭାରମାସ ସୀମା ଚୌକ’ର ଉଦଘାଟନ କରିବେ ଓ ହରିଦାସପୁରରେ ମୈତ୍ରୀ ସଂଗ୍ରହାଳୟର ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟାରେ ସିଲିଗୁଡିରେ ଏକ ଜନସଭାକୁ ସମ୍ବୋଧିତ କରିବେ ।
ଏହି ସମୟରେ ଶାହ ବିଧାନସଭା ନିର୍ବାଚନ, ମ୍ୟୁନିସିପାଲ ନିର୍ବାଚନ ଓ ଉପ ନିର୍ବାଚନରେ ପରାଜୟ ଓ ନେତାଙ୍କ ଦଳ ଛାଡିବା ପରେ ହତାଶ କର୍ମୀଙ୍କ ମନରେ ଉତ୍ସାହ ଓ ଭରସା ଦେବେ । ଏହି ଗସ୍ତ ସମୟରେ ଶାହ ସମସ୍ତ ଏମ୍‌ପି, ବିଧାୟକ ସମେତ ଦଳୀୟ ନେତାଙ୍କୁ ସାକ୍ଷାତ୍ କରିବେ ।

Share