Categories: ଜାତୀୟ

ସବୁ କଥାର ଜବାବ ଦେବେ ଅମିତ ଶାହା: ଗିରିରାଜ ସିଂହ

ନୂଆଦିଲ୍ଲୀ,୧୫।୧୨: ସଂସଦର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି କ୍ରମାଗତ ଭାବରେ ଦାବି କରାଯାଉଛି। ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ଭେଟେରାନ ଭାଜପା ନେତା ଗିରିରାଜ ସିଂ କହିଛନ୍ତି ଯେ ସମୟ ଆସିଲେ ସେ ସବୁ କଥାର ଉତ୍ତର ଦେବେ। ବିରୋଧୀ ଦଳ ତ ସଂସଦକୁ ବନ୍ଧକ ରଖିବାକୁ ଚାହୁଁଛନ୍ତି।
ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟୁଇଟର) ରେ ଲେଖିଥିଲେ,
ଟୁକଡେ ଟୁକଡେ ଗ୍ୟାଙ୍ଗ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଠାରୁ ଉତ୍ତର ମାଗୁଛି। ତଦନ୍ତ ଶେଷ ହେଉ, ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଉଚିତ ଉତ୍ତର ମିଳିବ।

Share