Categories: ଜାତୀୟ

କୋଲକାତା ଆସିବେ ଅମିତ ଶାହା

କୋଲକାତା,୧୬ା୭: ପଶ୍ଚିମବଙ୍ଗରେ ଚାଲିଥିବା ପରିସ୍ଥିତିକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚିନ୍ତିତ ଅଛନ୍ତି। ଅଗଷ୍ଟରେ ସେ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଭାରତୀୟ ଜନତା ପାର୍ଟି (ଭାଜପା) ବଙ୍ଗଳା ମୁଖ୍ୟ ସୁକାନ୍ତ ମଜୁମଦାର ପ୍ରକାଶ କରିଛନ୍ତି।

ଅଗଷ୍ଟରେ ଶାହା ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଆଶା କରାଯାଉଛି। ତେବେ ତାରିଖ ତାଙ୍କ କାର୍ଯ୍ୟକ୍ରମ ଉପରେ ନିର୍ଭର କରେ। ପଶ୍ଚିମବଙ୍ଗରେ ଚାଲିଥିବା ପରିସ୍ଥିତିକୁ ନେଇ ସେ ଚିନ୍ତିତ ଥିବା ବେଳେ କେମିତି ଶାନ୍ତି ଫେରି ଆସୁ ତାହା ସେ ଚାହାନ୍ତି। ସେ ଚାହୁଁଛନ୍ତି କୌଣସି ଦଳରୁ ବି କାହାର ମୃତ୍ୟୁ ନ ହେଉ।
ମଜୁମଦାର କହିଛନ୍ତି, ରାଜ୍ୟରେ ଚାଲିଥିବା ହିଂସା ସମ୍ପର୍କରେ ଶାହାଙ୍କୁ ସୂଚନା ଦେଇଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ପରିସ୍ଥିତି ଉପରେ ନଜର ରଖିଛନ୍ତି।

Share