Categories: ଜାତୀୟ

ଆଜି ପଶ୍ଚିମବଙ୍ଗ ଯିବେ ଅମିତ ଶାହା

ନୂଆଦିଲ୍ଲୀ,୧୪।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଠାରୁ ତିନି ଦିନ ପାଇଁ ୪ଟି ରାଜ୍ୟ ଗସ୍ତ କରିବେ। ଭାରତୀୟ ଜନତା ପାର୍ଟି (ଭାଜପା) ର ସଂଗଠନ ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେ ଦଳର ଅଭିଯାନକୁ ଜୋରଦାର କରୁଛନ୍ତି।

ସୂଚାନୁଯାୟୀ, ଶାହା ଶୁକ୍ରବାର ପଶ୍ଚିମବଙ୍ଗର ବୀରଭୂମ ଯିବେ। ତା’ପରେ ରାଜସ୍ଥାନର ଭାରତପୁର ଏବଂ ରବିବାର ମହାରାଷ୍ଟ୍ର ଏବଂ ଗୋଆ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ବୀରଭୂମରେ ଏକ ପାର୍ଟି କାର୍ଯ୍ୟାଳୟର ମୂଳଦୁଆ ପକାଇ ଏକ ରାଲିରେ ସମ୍ବୋଧିତ କରିବେ। ସେହିପରି ରାଜସ୍ଥାନରେ ବୁଥ ଅଧ୍ୟକ୍ଷଙ୍କ ଏକ ବୈଠକରେ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ରବିବାର ଶାହା ମହାରାଷ୍ଟ୍ର ଗସ୍ତ କରି ରାୟଗଡରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Share