ନୂଆଦିଲ୍ଲୀ,୭।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଅମିତ ଶାହା କୌଶମ୍ବି ଉତ୍ସବ-୨୦୨୩ର ଉଦ୍ଘାଟନ କରିବେ ଏବଂ ଆଜମଗଡ଼ରେ ୪,୫୬୭ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ ବୋଲି ଜଣାପଡିଛି। ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅମିତ ଶାହାଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିବେ।
ସୂଚନାନୁସାରେ, ଅମିତ ଶାହା ପ୍ରଥମେ କୌଶମ୍ବରେ ପହଞ୍ଚିବେ, ଯେଉଁଠାରେ ସେ କୌଶମ୍ବି ଉତ୍ସବ-୨୦୨୩ର ଉଦ୍ଘାଟନ କରିବେ ଏବଂ ଗ୍ରାମସଭା ଫାସଇଆରେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇବେ। ଏହା ପରେ ଏଠାରେ ୧୧୭ଟି ଯୋଜନା ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।