Categories: ଜାତୀୟ

ଅମିତ ଶାହାଙ୍କ ୫ ବଡ଼ ଭବିଷ୍ୟବାଣୀ: ସତ ହେବାନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୫: ନିର୍ବାଚନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ ଠାରୁ ଆରମ୍ଭ କରି ଷ୍ଟକ ମାର୍କେଟରେ ଏକ ନୂତନ ରେକର୍ଡ ସୃଷ୍ଟି କରିବା ପର୍ଯ୍ୟନ୍ତ ପାଞ୍ଚଟି ପୂର୍ବାନୁମାନ କରିଛନ୍ତି। ଏହି ୫ ଭବିଷ୍ୟବାଣୀ କେତେ ସତ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଅମିତ ଶାହାଙ୍କ ଦ୍ୱାରା କରାଯାଇଥିବା ୫ଟି ବଡ ଭବିଷ୍ୟବାଣୀ…
ଷ୍ଟକ ମାର୍କେଟ ଜୁନ ୧-୪ ମଧ୍ୟରେ ଏକ ନୂତନ ରେକର୍ଡ ସୃଷ୍ଟି କରିବ
ଷ୍ଟକ ମାର୍କେଟରେ ଉତ୍ଥାନ-ପତନ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହା ପୂର୍ବରୁ ମଧ୍ୟ ଷ୍ଟକ ମାର୍କେଟ ଅନେକ ଥର ବିଭିନ୍ନ କାରଣରୁ ଷ୍ଟକ ମାର୍କେଟରେ ଉତ୍ଥାନ-ପତନ ଘଟିଛି। କିନ୍ତୁ ଦୟାକରି ମୋର କଥା ଧ୍ୟାନ ଦିଅନ୍ତୁ, ଏହି ଷ୍ଟକ ମାର୍କେଟ ପୁଣି ଥରେ ୪ ଜୁନରେ ନୂତନ ରେକର୍ଡ ସୃଷ୍ଟି କରିବ।
ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଓଡ଼ିଶାରେ ସରକାର ଗଠନ କରିବୁ
ଶାହା କହିଛନ୍ତି, ଆମେ ଓଡିଶାରେ ସରକାର ଗଠନ କରିବାକୁ ଯାଉଛୁ। ଆମେ ଓଡିଶାରେ ୧୭ଟି ଲୋକ ସଭା ଆସନ ଜିତିବୁ ଏବଂ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ଓଡିଶାରେ ସରକାର ଗଠନ କରିବୁ। ଖରାପ ପ୍ରଶାସନ ଯୋଗୁ ଓଡିଶାର ଲୋକମାନେ ଅସୁବିଧାରେ ପଡ଼ିଛନ୍ତି। ଲୋକଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟରେ ଯୋଗଦେବାକୁ ବାରଣ କରାଯାଇଛି। ସେଥିପାଇଁ ଜନସାଧାରଣ ଏଥର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାଜପାରୁ ଆସିବେ।

ସହଯୋଗୀମାନଙ୍କ ସହିତ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବୁ
ଅମିତ ଶାହା କହିଛନ୍ତି, ଆମେ ଦକ୍ଷିଣ ଭାରତରେ ଏକ ବଡ଼ ବିଜୟ ହାସଲ କରିବୁ। ଆମେ ଆମର ସହଯୋଗୀମାନଙ୍କ ସହ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିବାକୁ ଯାଉଛୁ। ଆମେ ଏଥର ଦକ୍ଷିଣ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ ଯାଉଛୁ।

ଓଡିଶାରେ ୧୭ଟି ଲୋକ ସଭା ଆସନ ଜିତିବୁ
ଅମିତ ଶାହା ଆମେ ଓଡିଶାରେ ୧୭ଟି ଲୋକସଭା ଆସନ ଜିତିବୁ। ଏଠାରେ ଆମର ପ୍ରଦର୍ଶନ ବହୁତ ଭଲ ହେବାକୁ ଯାଉଛି। ଏଥର ଓଡିଶାର ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ, ପରିବର୍ତ୍ତନ ଆଣିବାକୁ ହେବ। ଆମର ପ୍ରଦର୍ଶନ ଏଠାରେ ବହୁତ ଭଲ ହେବ।

ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ଆମେ ୧୯୦ଟି ସିଟ ଜିତିଛୁ
ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ୨୮୩ଟି ଆସନରେ ଭୋଟ ଗ୍ରହଣ ହୋଇଛି। ଶାହା ଦାବି କରିଛନ୍ତି ଯେ, ଏପର୍ଯ୍ୟନ୍ତ ହୋଇଥିବା ଭୋଟରେ ଭାଜପା ୧୯୦ ଲୋକ ସଭା ଆସନ ଜିତିବ।

 

Share