Advertisement
Categories: ଜାତୀୟ

ଅମିତ ଶାହାଙ୍କ ଛତିଶଗଡ ଗସ୍ତ ବାତିଲ: ଟାର୍ଗେଟ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ,୧୨।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମଙ୍ଗଳବାର ଛତିଶଗଡ ଗସ୍ତକୁ ବାତିଲ କରାଯାଇଛି। ଏହାର କାରଣ ଜଣାପଡିନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ନେଇ କଂଗ୍ରେସର ଛତିଶଗଡ ୟୁନିଟ ଭାଜପାକୁ ଟାର୍ଗେଟ୍‌ କରିଛି। ଶାହା ଭାରତୀୟ ଜନତା ପାର୍ଟିର ପରିବର୍ତ୍ତନ ଯାତ୍ରାରେ ଭାଗ ନେବାକୁ ଯାଉଥିଲେ। ବର୍ତ୍ତମାନ ଭାଜପା ରାଜ୍ୟ ଦାୟିତ୍ୱରେ ଥିବା ଓମ ମଥୁରଙ୍କ ଉପସ୍ଥିତିରେ ଏହି ଯାତ୍ରା ଆରମ୍ଭ ହେବ।
ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ ହଠାତ୍‌ ସ୍ଥଗିତ ରଖାଯିବା ପରେ ଛତିଶଗଡ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ ଲେଖାଥିଲା ପରିବର୍ତ୍ତନ ଯାତ୍ରା ଫ୍ଲପ୍‌। ଦାନ୍ତଓ୍ବୋଡାରେ ଜନତା ପହଞ୍ଚିନାହାନ୍ତି। ଅମିତ ଶାହାଙ୍କ ଗସ୍ତ ବାତିଲ।

Share