ନୂଆଦିଲ୍ଲୀ,୧୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏପ୍ରିଲ ୧୪ରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ରାମ ନବମୀ ହିଂସାକାଣ୍ଡ ପରେ ଏହା ଅମିତ ଶାହା ପ୍ରଥମ ଗସ୍ତ। ସୂଚନାନୁସାରେ, ଏହି ଗସ୍ତ ସମୟରେ ସେ ବୀରଭୂମ ଜିଲାର ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ଏବଂ ସଂଗଠନର ବୈଠକରେ ଅଂଶଗ୍ରହଣ କରିବେ। ସେହିପରି ଏପ୍ରିଲ ୧୫ରେ ବଙ୍ଗାଳୀ ନୂଆ ବର୍ଷ ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଡାକଶେଶ୍ୱର ମନ୍ଦିର ପରିଦର୍ଶନ କରିବେ ବୋଲି ଜଣାପଡିଛି।