ଝାନ୍ସୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ପୁଣିଥରେ ପାକିସ୍ତାନ ଅଧିକୃତ କଶ୍ମୀରକୁ ନେଇ ବଡ଼ ବୟାନ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପିଓକେ ଭାରତର ଅଛି ଆଉ ରହିବ, ଆମେ ତାକୁ ଛଡ଼ାଇ ଆଣିବୁ ବୋଲି ଶନିବାର ବୁନ୍ଦେଲଖଣ୍ଡର ଝାନ୍ସୀରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି।
ଶାହା କହିଛନ୍ତି, ପିଓକେ ଭାରତର, ଆମେ ତାକୁ ଛଡ଼ାଇ ଆଣିବୁ। କଂଗ୍ରେସ ନେତା ମଣିଶଙ୍କର ଅୟର କହିଥିଲେ କି ପାକିସ୍ତାନକୁ ସମ୍ମାନ ଦିଅ। ତାଙ୍କ ପାଖରେ ପରମାଣୁ ବୋମା ରହିଛି। ତାଙ୍କୁ ପିଓକେ ମାଗ ନାହିଁ। ମୁଁ କହିବାକୁ ଚାହୁଁଛି ଏହା ନରେନ୍ଦ୍ର ମୋଦି ସରକାର। ଆମେ ପରମାଣୁ ବୋମାକୁ ବି ଡରୁ ନାହିଁ।
ଏହାଛଡ଼ା ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହୋଇଛି। ଏଥିରେ ମୋଦି ୨୭୦ରୁ ଅଧିକ ଆସନ ସହ ଟ୍ରିପଲ୍ ସେଞ୍ଚୁରି ଆଡକୁ ଅଗ୍ରସର ହେଉଛନ୍ତି। ରାହୁଲ ବାବାଙ୍କ ‘ଇଣ୍ଡିଆ’ ମେଣ୍ଟ ଧରାଶାୟୀ ହୋଇଛି। ଏବେ ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଥିବା ସେ ମଧ୍ୟ କହିଛନ୍ତି।