Categories: ଜାତୀୟ

ପ୍ରତି ମାସରେ ପଶ୍ଚିମବଙ୍ଗ ଗସ୍ତ କରିବେ ଶାହା!

ନୂଆଦିଲ୍ଲୀ,୨୨ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣିଥରେ ଆସନ୍ତା ଜାନୁୟାରୀରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ଜଣାପଡିଛି । ପଶ୍ଚିମବଙ୍ଗ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାନୁୟାରୀରେ ସ୍ୱାମୀ ବିବକୋନନ୍ଦଙ୍କ ଜନ୍ମଜୟନ୍ତି ଅବସରରେ ୧୨ ଜାନୁୟାରୀକୁ ଶାହା ପଶ୍ଚିମବଙ୍ଗ ଗସ୍ତ କରିପାରନ୍ତି । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ହାୱଡା ନିକଟରେ ଥିବା ଏକ ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେବେ । ଉକ୍ତ ସଭାବେ ପଶ୍ଚିମବଙ୍ଗ ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ବିସ୍ତ୍ରୁତ କାର୍ଯ୍ୟସୂଚିର ଘୋଷଣା ମଧ୍ୟ କରିପାରନ୍ତି । ଯଦିଓ ଏହା ଔପଚାରିକ ଭାବେ ଘୋଷଣା କରାଯାଇ ନାହିଁ ତଥାପି ପଶ୍ଚିମବଙ୍ଗ ଭାଜପା ପକ୍ଷରୁ ଏହି ସୂଚନା ମିଳିଥିବା କୁହାଯାଇଛି । ତେବେ ଉକ୍ତ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଶାହା ପ୍ରତି ମାସରେ ସେଠାକୁ ଗସ୍ତ କରିପାରନ୍ତି । ସୂଚନାଯୋଗ୍ୟ, ଶାହା ଗତ ଶୁକ୍ରବାର ରାତିରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ତାଙ୍କ ଗସ୍ତ ସମୟରେ ଶାସକ ତ୍ରୁରମୂଳ କଂଗ୍ରେସ ଛାଡି ଭାଜପାର ହାତ ଧରିଥିବା କେତେଜଣ ନେତା ଭାଜପାରେ ସାମିଲ ହୋଇଥିଲେ । ଏହାସହ ଶାହା ଏକ ରୋଡ ଶୋ’ରେ ଯୋଗ ଦେଇ କହିଥିଲେ ଜୀବନରେ ଏମିତି ରୋଡ ଶୋ’ ସେ ଦେଖି ନ ଥିଲେ ।

Share