Posted inଖେଳ

ବଡ଼ ରେକର୍ଡ କଲେ ଅମିତ ଶାହାଙ୍କ ପୁଅ: ସର୍ବକନିଷ୍ଠ ଭାବେ…

ନୂଆଦିଲ୍ଲୀ,୨୮ା୮(ପି.ଟି.):ଖେଳପ୍ରତି ଅବଦାନକୁ ନେଇ ଭାରତୀୟ କ୍ରିକେଟ ପ୍ରଶାସକଙ୍କ ମୂଲ୍ୟାଙ୍କନ କରାଯାଇଥାଏ। ମାତ୍ର ଏ ସବୁର ଅଭାବ ସତ୍ତ୍ୱେ ଜୟ ଶାହା ପ୍ରଥମେ ଜାତୀୟ ଓ ଏବେ ଅନ୍ତର୍ଜାତୀୟ ପାଓ୍ବାର କରିଡରରେ ନିଜପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ମାତ୍ର ୩୫ ବର୍ଷ ବୟସରେ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌(ଆଇସିସି)ର ଚେୟାରମ୍ୟାନ୍‌ ଭାବରେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଗୁଜରାଟ କ୍ରିକେଟରୁ ଆରମ୍ଭ କରିଥିବା ଯାତ୍ରା ବର୍ତ୍ତମାନ ଆଇସିସିରେ ପହଞ୍ଚିଯାଇଛି। ପ୍ରଥମେ ଜିଲା କ୍ରିକେଟ କମିଟିରୁ ନିଜର ପ୍ରଶାସକ ଯାତ୍ରା ଆରମ୍ଭ କରିଥିବା ଶାହା ବର୍ତ୍ତମାନ ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପଦରେ ନିଜକୁ ଅବସ୍ଥାପିତ କରିବାରେ ସଫଳ ହୋଇଛନ୍ତି। ଭାରତୀୟ କ୍ରିକେଟ ସହ ଯୋଡିହେବା ପୂର୍ବରୁ ୨୦୦୯ରେ ଶାହା ପ୍ରଥମେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ କ୍ରିକେଟ ଅହମଦାବାଦ(ସିବିସିଏ)ରେ କାର୍ଯ୍ୟ କରିଥିଲେ। ପରେ ରାଜ୍ୟସ୍ତରରେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ୨୦୧୩ରେ ଗୁଜରାଟ କ୍ରିକେଟ ଆସୋସିଏଶନ(ଜିସିଏ)ର ଯୁଗ୍ମ ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଶାହା। ଏହି ସମୟରେ ଗୁଜରାଟ ରଣଜୀ କ୍ରିକେଟରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ବୟସ ବର୍ଗ ପାଇଁ ଭିନ୍ନ କୋଚ୍‌ ନିଯୁକ୍ତ କରିଥିଲେ ଶାହା। ଜୁନିୟର କ୍ରିକେଟର ମାନଙ୍କୁ ସ୍କାଉଟ କରାଯାଇ ସିନିୟର କ୍ରିକେଟକୁ ଅଣାଯାଇଥିଲା। ଏହାର ଫଳ ସ୍ବରୂପ ୨୦୧୬-୧୭ ସିଜନରେ ପ୍ରଥମ ଥର ପାଇଁ ଗୁଜରାଟ ରଣଜୀ ଟ୍ରଫିରେ ଚାମ୍ପିୟନ ହୋଇଥିଲା।
ଖେଳାଳିଙ୍କ ସହ ସମ୍ପର୍କ: ଭାରତରୁ ଅତୀତରେ ୪ ଜଣ ବ୍ୟକ୍ତି ଆଇସିସି ଚେୟାରମ୍ୟାନ ଚୌକିରେ ବସିଛନ୍ତି। ଜଗମୋହନ ଡାଲମିୟା, ଶରଦ ପାଓ୍ବାର, ଏନ୍‌ ଶ୍ରୀନିବାସନ୍‌ ଓ ଶଶାଙ୍କ ମନୋହର ଯୋଶୀ ଏହି ପଦରେ ରହିଥିଲେ ମଧ୍ୟ ଖେଳାଳିଙ୍କ ସହ ସମ୍ପର୍କ ଏତେ ଭଲ ନ ଥିଲା। କେବଳ କିଛି ହାତଗଣତି ସିନିୟର ଖେଳାଳିଙ୍କୁ ଛାଡିଲେ ଅନ୍ୟ କୌଣସି ଖେଳାଳିଙ୍କ ପରାମର୍ଶ ନେଉ ନ ଥିଲେ। ମାତ୍ର ଶାହାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ। କେବଳ ସିନିୟର ନୁହେଁ ବରଂ ଯୁବ ଖେଳାଳିଙ୍କ ସହ ଶାହାଙ୍କ ସମ୍ପର୍କ ରହିଛି। କେବଳ ରୋହିତ ଶର୍ମା ଓ ବିରାଟ କୋହଲି ନୁହନ୍ତି ବରଂ ହାର୍ଦ୍ଦିକ ପାଣ୍ଡ୍ୟା ଓ ଇଶାନ କିଶନଙ୍କ ପରି ଖେଳାଳି ମଧ୍ୟ ଶାହାଙ୍କୁ ମେସେଜ କରି ପାରନ୍ତି।
୨୦୧୯ରେ ଶାହା ପ୍ରଥମେ ବିସିସିଆଇର ସମ୍ପାଦକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। କୋଭିଡ କାରଣରୁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଏହା ବେଶ ଚ୍ୟାଲେଞ୍ଜିଂ ପରସ୍ଥିତି ସୃଷ୍ଟି କରିଥିଲା। ତେବେ ବାୟୋ ବବଲ ମଧ୍ୟରେ ଆଇପିଏଲ ଭଳି ଟୁର୍ନାମେଣ୍ଟ ଆୟୋଜନ କରି ପାରିଥିଲେ ଶାହା। ଏହା ସହିତ ସେ ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ) ସଫଳତାର ସହ ଆୟୋଜନ କରିଥିଲେ। ମହିଳା କ୍ରିକେଟରେ ମ୍ୟାଚ୍‌ ପାଉଣାରେ ସମାନତା ଆଣିବା ଲକ୍ଷ୍ୟରେ ଟେଷ୍ଟ ମ୍ୟାଚ୍‌ ପିଛା ୧୫ ଲକ୍ଷ, ଦିନିକିଆ ପାଇଁ ୮ ଲକ୍ଷ ଓ ଟି୨୦ ମ୍ୟାଚ୍‌ ପିଛା ୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରିଥିଲେ। ଟେଷ୍ଟ କ୍ରିକେଟର ଅଧିକ ପ୍ରଚାର ପ୍ରସାର ପାଇଁ ବାର୍ଷିକ ଇନସେଣ୍ଟିଭ ବ୍ୟବସ୍ଥା ମଧ୍ୟ କରିଥିଲେ।
ଆଇପିଏଲ ମୋହରେ ପଡି ଯୁବ ଖେଳାଳି ମାନେ ଘରୋଇ କ୍ରିକେଟକୁ ଉପେକ୍ଷା କରୁଥିବାରୁ ଶ୍ରେୟସ ଆୟର ଓ ଇଶାନ କିଶନଙ୍କ ଭଳି ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦିଆଯାଇଥିଲା। ଏହା ସହିତ ଘରୋଇ କ୍ରିକେଟ ଖେଳିବାକୁ ବାଧ୍ୟତା ମୂଳକ କରାଯାଇଥିଲା। ଏପରିକି ଟି୨୦ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବଙ୍କୁ ଟି୨୦ ଦଳର ଅଧିନାୟକ ନିଯୁକ୍ତ କରିବା ମଧ୍ୟ ଏକ ସାହସିକ ନିଷ୍ପତ୍ତି ଥିଲା। ଶାହାଙ୍କ କାର୍ଯ୍ୟକାଳରେ ଚୟନକର୍ତ୍ତାଙ୍କୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରାଯାଇଥିଲା। ଅତୀତରେ ଏନ୍‌ ଶ୍ରୀନିବାସନଙ୍କ କାର୍ଯ୍ୟକାଳରେ ମହେନ୍ଦ୍ର ସିଂ ଧୋନୀ ଲଗାତାର ୮ ଟେଷ୍ଟରେ ହାରିବା ପରେ ମଧ୍ୟ ତାଙ୍କୁ ପଦରୁ ହଟାଇବାର ସ୍ବାଧୀନତା ମୁଖ୍ୟ ଚୟନକର୍ତ୍ତା ମହିନ୍ଦର ଅମରନାଥଙ୍କ ନିକଟରେ ନ ଥିଲା। ଶାହାଙ୍କ କାର୍ଯ୍ୟକାଳ ସମୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ...

ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ…

ପୁଣେ,୨୫।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍‌ ନ୍ୟୁଜିଲାଣ୍ଡ...

ସାଣ୍ଟନର୍‌ଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡର ଦବ୍‌ଦବା ଜାରି

ପୁଣେ,୨୫।୧୦: ଭାରତ-ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ...

ମୁଁ ଖୁବ୍‌ଶୀଘ୍ର କରିବି ବଡ଼ ଘୋଷଣା:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୋଷ୍ଟକୁ ନେଇ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ବ୍ରେକ୍‌ରେ ଅଛନ୍ତି। କିନ୍ତୁ ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ...

କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

ପୁଣେ,୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ କୋହଲି କିଛି ବିଶେଷ କରିପାରି ନ ଥିଲେ। ସେ ମାତ୍ର ଏକ ରନ ସ୍କୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri