Categories: ଜାତୀୟ

ରାଜସ୍ଥାନରେ ପୁଣି ଫୁଟିବ ପଦ୍ମ: ଶାହା

ଜୟପୁର,୫।୧୨: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ରାଜସ୍ଥାନ ଗସ୍ତରେ ଅଛନ୍ତି। ରବିବାର ସେ ଜୟପୁରରେ ଭାଜପା କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ୨୦୨୩ ମସିହାରେ ରାଜସ୍ଥାନରେ ପୁଣି ପଦ୍ମ ଫୁଟିବ। ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହିତ ଭାଜପା ଏଠାରେ ସରକାର ଗଠନ କରିବ। ସେ କହିଛନ୍ତି ଯେ ମୁଁ ରାଜସ୍ଥାନର ଲୋକଙ୍କୁ ଆହ୍ବାନ କରିବାକୁ ଆସିଛି ଯେ ଏଠାରେ ଥିବା ଦୁର୍ନୀତିଗ୍ରସ୍ତ ଅଶୋକ ଗେହଲୋଟ ସରକାରକୁ ହଟାଯାଇ ଭାଜପା ସରକାର ଗଠନ କରିବାକୁ ପଡିବ। ଆପଣଙ୍କ ସମସ୍ତଙ୍କର ଉତ୍ସାହ ଦେଖି ମୁଁ ନିଶ୍ଚିତ ହୋଇଛି ଯେ ୨୦୨୩ ମସିହାରେ ରାଜସ୍ଥାନରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହିତ ଭାଜପା ସରକାର ଗଠନ ହେବ।
ସେ କହିଛନ୍ତି ଯେ ୭୦ ଦଶକରେ ଇନ୍ଦିରା ଜୀ ଗରିବି ହଟାଓଙ୍କ ସ୍ଲୋଗାନ ଦେଇଥିଲେ। ୨୦୧୪ରେ ମୋଦୀ ଜୀ ଆସିବା ପରେ କୋଟି କୋଟି ଗରିବଙ୍କ ପାଖରେ ଘର, ବିଦ୍ୟୁତ ନ ଥିଲା, ଗରିବ ଲୋକଙ୍କର ଶୌଚାଳୟ ସୁବିଧା ନ ଥିଲା। କଂଗ୍ରେସ ଦାରିଦ୍ର୍ୟ ହଟାଇବା ପରିବର୍ତ୍ତେ ତୁମେ ଗରିବ ଲୋକଙ୍କୁ ହଟାଇବା କାମ କରିଛି ବୋଲି ସେ କହିଛନ୍ତି।

Share