Categories: Video

ଅମିତାଭ ଓ ଅଭିଷେକ କରୋନା ପଜିଟିଭ୍

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭି।ଷେକ ବଚ୍ଚନ ଠାରେ କରୋନା ପଜଟିଭ୍ ଚିହ୍ନଟ ହୋଇଛି। ଶନିବାର ସଂଧ୍ୟାରେ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। କିଛି ସମୟ ଆଗରୁ ହସ୍ପିଟାଲ ପକ୍ଷରୁ ଅମିତାଭ ଓ ଅଭିଷେକଙ୍କ ସ୍ବାସ୍ଥ୍ୟବସ୍ଥା ବାବଦରେ ସୂଚନା ଦିଆଯାଇଛି। ନାନାବତି ସୁପର ସ୍ପେଶାଲିଟି ହସ୍ପିଟାଲର ପିଆରଓ କହିଛନ୍ତି ବିଗ୍ ବିଙ୍କ ଠାରେ ମାଇଲ୍ଡ ଲକ୍ଷଣ ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ଏବେ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଛି।